AI ହେଉଛି ଚତୁର୍ଥ ଗୁରୁ, ପାଠପଢ଼ାରେ ଛାତ୍ରଛାତ୍ରୀ ମାନେ ଏଆଇ ବ୍ୟବହାର କରନ୍ତୁ

NEWS7
zomato-to-pay-rs-60000-for-not-delivering-rs-130-momos-to-a-woman

ଭୁବନେଶ୍ବର ୬।୧: ଡିଜିଟାଲ, କୃତ୍ରିମ ବୁଦ୍ଧିମତ୍ତା, ଆଇଓଟି, ରୋବୋଟିକ୍ସ ଏବଂ ସାଇବର୍ ସୂଚନା କ୍ଷେତ୍ରରେ ସାକ୍ଷରତା ପ୍ରଦାନ କରିବା ଲକ୍ଷ୍ୟ । ମଙ୍ଗଳବାରଠୁ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ତାଲିମ ପ୍ରଶିକ୍ଷଣ ଶିବିର । ଭୁବନେଶ୍ଵର ଉପକଣ୍ଠ ଅନ୍ଧାରୁଆ ସ୍ଥିତ ଆଇକନିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଆଇଟି ଓ ଓକାକର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନେ ରୋବଟ୍, ଏଆଇ, ସାଇବର ସିକ୍ୟୁରିଟି  କ୍ଷେତ୍ରରେ କିଛି ଲାଇଭ୍ ଡେମୋ ଦେଖାଇଥିଲେ । ଏହି ଫିଲ୍ଡରେ ଦେଖାଦେଉଥିବା ସମସ୍ୟା କ’ଣ ରହିଛି ଓ କିପରି ଅଧିକ ରିସର୍ଚ୍ଚ କରି ବ୍ୟବହାର ସରଳ କରିହେବ ସେନେଇ ପ୍ରୋଜେକ୍ଟ ପ୍ରସ୍ତୁତ କରି ଦେଖାଇଥିଲେ । ପ୍ରାଥମିକ ସ୍ତରରେ ୧୦୦ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨ ହଜାର ଛାତ୍ରଛାତ୍ରୀ ତାଲିମ ପାଇ ଜ୍ଞାନ ଆହରଣ କରିବେ । ବିକଶିତ ଭାରତରେ ସମସ୍ତ ଛାତ୍ରଛାତ୍ରୀଙ୍କ ବଡ଼ ଅବଦାନ ରହିବ ବୋଲି ଉଭୟ ମନ୍ତ୍ରୀ କହିଛନ୍ତି ।

ପାଠ ପଢାରେ ଛାତ୍ରଛାତ୍ରୀ ମାନେ ଏଆଇ ବ୍ୟବହାର କରନ୍ତୁ । AI ହେଉଛି ଚତୁର୍ଥ ଗୁରୁ । ବଡ଼ ସ୍ଵପ୍ନ ଦେଖ, ସ୍ବପ୍ନ ପୂରଣ ଦିଗରେ AI ବହୁ ସାହାଯ୍ୟ କରିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାଛଡା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଗବେଷଣା କରିବା ପାଇଁ ଷ୍ଟିମ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି ଲ୍ୟାବ ଗବେଷଣା କେନ୍ଦ୍ର କରିବ ଆଇଟି ବିଭାଗ । ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଏହି ଅତ୍ୟାଧୁନିକ ଲ୍ୟାବ । ଅନ୍ଧାରୁଆ ଆଦର୍ଶ ବିଦ୍ୟାଳୟରେ ନିର୍ମାଣ ହେବ ବୋଲି ସୂଚନା ଦେଲେ IT ମନ୍ତ୍ରୀ ମୁକେଶ ମହଲିଙ୍ଗ ।