ବାଲିଯାତ୍ରା ୨୦୨୫
LIVE TV

କଂଗ୍ରେସ ଟ୍ରେନିଂ କ୍ୟାମ୍ପରେ ବିଳମ୍ୱରେ ପହଞ୍ଚିବାରୁ ଦଣ୍ଡ ! ପୁଶଅପ୍ ମାରିଲେ ରାହୁଲ ଗାନ୍ଧୀ

NEWS7
zeeshan siddique claimed received death threat

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଗସ୍ତରେ ଆସିଥିବା ରାହୁଲ ଗାନ୍ଧୀ ଏହିଥର ନିଜର ହିଁ ପାର୍ଟିର ଶୃଙ୍ଖଳାଗତ ନିୟମର ପରିସରକୁ ଆସିଥିଲେ। ବିଳମ୍ୱରେ ଆସିବାର ସଜା ଭାବେ ତାଙ୍କୁ ୧୦ ପୁଶଅପ୍‌ ଲଗାଇବାକୁ ପଡ଼ିଥିଲା। ପ୍ରକୃତ କଥା ହେଲା , ପଞ୍ଚମଡିରେ ଆୟୋଜିତ କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷଙ୍କ ପ୍ରଶିକ୍ଷଣ ସେସନରେ ଅନୁଶାସନକୁ ନେଇ ବିଶେଷ କଠୋରତା ଅବଲମ୍ୱନ କରାଯାଇ ଥିଲା। ବିଳମ୍ୱରେ ପହଞ୍ଚିବା ବ୍ୟକ୍ତିଙ୍କୁ କେବଳ ତାଳି ବଜାଇ ଟାଇମ୍‌ ମ୍ୟାନେଜମେଣ୍ଟର ଅନୁଭବ କରାଯାଉ ନଥିଲା , ଏହାସହ ପ୍ରତୀକାତ୍ମକ ସଜା ମଧ୍ୟ ଦିଆଯାଉ ଥିଲା , ଯାହାକି ସେ ସମୟର ପ୍ରମୁଖତାକୁ ବୁଝନ୍ତୁ ଏବଂ ତାର ପାଳନ କରନ୍ତୁ।

ଏହି ସେସନରେ ଶନିବାର ସନ୍ଧ୍ୟାରେ ରାହୁଲ ଗାନ୍ଧୀ ସାମିଲ ହୋଇଥିଲେ, କିନ୍ତୁ ସେ ପାଖାପାଖି  ୨୦ ମିନିଟ୍‌ର ବିଳମ୍ୱରେ ପହଞ୍ଚି ଥିଲେ, ଯାହା ଉପରେ କଂଗ୍ରେସର ପ୍ରଶିକ୍ଷଣ ଶିବିରର ପ୍ରମୁଥ ସଚିନ ରାଓ ମଜାଳିଆ ଅନ୍ଦାଜରେ କହିଥିଲେ ଯେ, ବିଳମ୍ୱରେ ଆସିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ। ଏହାକୁ ନେଇ ରାହୁଲ ଗାନ୍ଧୀ ପଚାରି ଥିଲେ ତାଙ୍କ ପାଇଁ କଣ ଦଣ୍ଡଷ ତ ସେ କହିଥିଲେ ଯେ, ବିଳମ୍ୱ ନେଇ ତାଙ୍କୁ ୧୦ଟି ପୁଶଅପ୍‌ ମାରିବାକୁ ହେବ। ଏହାପରେ ବିଳମ୍ୱ ନକରି ରାହୁଲ ଗାନ୍ଧୀ ୧୦ଟି ପୁଶଅପ୍‌ ଲଗାଇ ସଜା ପୂରଣ କରିଥିଲେ।

ଏହାପରେ ସ୍ଥିର କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ପ୍ରଶିକ୍ଷଣ ଶିବିରକୁ ସମ୍ୱୋଧିତ କରିବା ସହ ନୂଆ ଦିଲ୍ଲୀ ଅଧ୍ୟକ୍ଷଙ୍କୁ ସାକ୍ଷାତ୍‌ ମଧ୍ୟ କରିଥିଲେ।

ପଞ୍ଚମଡିରେ ମଧ୍ୟ ରାହୁଲ ଗାନ୍ଧୀ କ୍ଷମତାସୀନ ବିଜେପି ଓ ନିର୍ବାଚନ ଆୟୋଗ ଉପରେ ହମଲା କରିଥିଲେ। ସେ ବଡ଼ ସ୍ତରରେ ନିର୍ବାଚନୀ ଅନିୟମିତତା ଗୁଡ଼ିକର ଅଭିଯୋଗ ଲଗାଇଥିଲେ ଏବଂ ଦାବି କରିଥିଲେ ଯେ, ମଧ୍ୟ ପ୍ରଦେଶରେ ମଧ୍ୟ ଏହିପରି ଅନିୟମିତତା ହୋଇଥିଲା।