ରୂପା ମୂଲ୍ୟରେ ସର୍ବକାଳୀନ ହ୍ରାସ, ଜାଣନ୍ତୁ କେଜି ପିଛା କମିଲା କେତେ?

NEWS7
zeeshan siddique claimed received death threat

ନୂଆଦିଲ୍ଲୀ ୧୭।୨: ଐତିହାସିକ ସ୍ତରକୁ ପହଞ୍ଚିବା ପରେ ସୁନା ଓ ରୂପା ଦର ହ୍ରାସ ହେବାରେ ଲାଗିଛି। ଏଥିରେ ବଜାର ବିଶେଷଜ୍ଞଙ୍କ ମଧ୍ୟରେ ଏବେ ଏହା ଚର୍ଚ୍ଚା ହେଉଛି ରୂପା ମୂଲ୍ୟରେ ଆସିଥିବା କୁତ୍ରିମ ବୃଦ୍ଧି କ’ଣ ସମାପ୍ତ ହୋଇସାରିଛି? କାରଣ ରୂପାର ମୂଲ୍ୟ ହ୍ରାସ ଏବେ ଅଟକିବାର ନାଁ ନେଉନି। ଗତ ଜାନୁୟାରୀ ୨୯ ତାରିଖରେ ରୂପା କେଜି ପିଛା ମୂଲ୍ୟ ୪ଲକ୍ଷ ୨୦ ହଜାର ଟଙ୍କାକୁ ପହଞ୍ଚିଥିଲା। ସେତେବେଳେ କେହି ଭାବିନଥିଲେ ଏହା ମୂଲ୍ୟ ଏତେ ଶୀଘ୍ର ହ୍ରାସ ହୋଇ ଅଧାରୁ ବି କମ୍ ହୋଇଯିବ। ମାତ୍ର ୨୦ ଟା ଦିନରେ ରୂପା କେଜି ପିଛା ଦର ୧ଲକ୍ଷ ୮୦ ହଜାର ଟଙ୍କାରୁ ମଧ୍ୟ ଅଧିକ ହ୍ରାସ ହେଲାଣି।

୧୭ ଫେବୃଆରୀ ମଙ୍ଗଳବାର ବଜାର ଖୋଲିବାମାତ୍ରେ ରୂପା କେଜି ପିଛା ଦର ୪,୬୦୦ ଟଙ୍କାରୁ ଅଧିକ କମିଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ବିକାବିକି ଚାପ ଏତେ ଅଧିକ ରହିଛି ଯେ ମାତ୍ର ୨୦ ଦିନରେ ରୂପା ଦରରେ ୧.୮୦ ଲକ୍ଷଟଙ୍କା ହ୍ରାସ ହୋଇଛି। ସୋମବାର କ୍ଲୋଜିଂ ପରେ ମଙ୍ଗଳବାର ମୂଲ୍ୟ ୨,୩୫,୨୦୬ ଟଙ୍କା ପ୍ରତି କେଜିକୁ କମି ଆସିଛି, ଯାହାକୁ ଏବେ ନିବେଶକଙ୍କ ପୋର୍ଟଫୋଲିଓରେ ବଡ଼ ହ୍ରାସ ବୋଲି କୁହାଯାଉଛି। କେବଳ ରୂପା ନୁହେଁ ସୁନା ମଧ୍ୟ ରେକର୍ଡ ଉଚ୍ଚାସ୍ତରରୁ ଏବେ ବେଶ୍ ତଳକୁ ଖସିସାରିଲାଣି। ଜାନୁୟାରୀ ୨୯ରେ ଯେଉଁ ସୁନା ଦର ପ୍ରତି ୧୦ ଗ୍ରାମ ୧ଲକ୍ଷ ୯୩ ହଜାର ଟଙ୍କାକୁ ପହଞ୍ଚିଥିଲା ସେଥିରେ ଏବେ ୩୮ ହଜାର ଟଙ୍କାରୁ ମଧ୍ୟ ଅଧିକ ହ୍ରାସ ହେଲାଣି।

ମଙ୍ଗଳବାର ସକାଳେ ବଜାର ଖୋଲିବା ମାତ୍ରେ ଏପ୍ରିଲରେ ଏକ୍ସପାୟରୀ ସୁନା ଦର ୧,୨୧୦ ଟଙ୍କା ଖସି ୧୦ଗ୍ରାମ ପିଛା ଦର ୧ଲକ୍ଷ ୫୩ ହଜାର ଟଙ୍କାକୁ ପହଞ୍ଚି ଯାଇଛି। ତେବେ ସୁନା ମୂଲ୍ୟରେ ମଝିରେ ମଝିରେ ସୁଧାର ଉଦ୍ୟମ ମଧ୍ୟ ଦେଖାଯାଇଛି। ହେଲେ ବଜାରର ମୁଡ ଏବେବି ଭୀଷଣ ଚାପରେ ରହିଛି ଓ ମୂଲ୍ୟବାନ ଧାତୁ ସର୍ବକାଳୀନ ଉଚ୍ଚତମ ସ୍ତରରୁ ବେଶ୍ ତଳେ କାରବାର ହେଉଛି। କାରବାର ଶେଷ ବେଳକୁ ମଙ୍ଗଳବାର ଉଭୟ ସୁନା ଓ ରୂପା ବେଶ୍ ଚାପରେ ଥିବା ଦେଖାଯାଇଛି। ଏଣୁ ନିବେଶକଙ୍କ ଚିନ୍ତା ଏବେ ବଢି ଯାଇଛି।

ଏମସିଏକ୍ସ ରେ ରୂପା ମୂଲ୍ୟ ଅପରାହ୍ନ ୫ଟା ୫୨ ସୁଦ୍ଧା ୫,୬୬୬ ଟଙ୍କା ଅର୍ଥାତ ୨.୩୬% ହ୍ରାସ ହୋଇ କେଜି ପିଛା ୨,୩୪,୨୨୫ ଟଙ୍କାରେ ବନ୍ଦ ହୋଇଛି। ଏଣୁ ଦିନ ତମାମ ରୂପା ଉପରେ ବିକ୍ରିର ଚାପ ଢେର ବଢି ଯାଇଥିଲା। ଏଣୁ ରୂପା ମୂଲ୍ୟ କମଜୋର ପଡୁଥିବା ଦେଖାଯାଇଛି। କେବଳ ରୂପା ନୁହେଁ ସୁନା ମଧ୍ୟ ମଙ୍ଗଳବାର ହ୍ରାସର ସହ ବନ୍ଦ ହୋଇଛି। ଏମସିଏକ୍ସରେ ସୁନା ପ୍ରତି ୧୦ ଗ୍ରାମ ୧,୨୮୦ ଟଙ୍କା ଅର୍ଥାତ ୦.୮୩% ହ୍ରାସ ହୋଇ ୧,୫୩,୪୮୦ ଟଙ୍କାରେ କାରବାର ହେଉଥିବା ଦେଖା ଯାଇଛି। ନିକଟରେ ରେକର୍ଡ ସ୍ତରକୁ ପହଞ୍ଚିବା ପରେ ସୁନା ଓ ରୂପା ମୂଲ୍ୟରେ ଏବେ କରେକ୍ସନ ଦେଖିବାକୁ ମିଳୁଛି।

ଏହା ବି ପଢନ୍ତୁ :-ବିଲ୍ ଗେଟ୍ସଙ୍କୁ AI ସମିଟ୍ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପ୍ରତ୍ୟାହାର କଲେ ସରକାର ? ଜାଣନ୍ତୁ କଣ ଏହି ବିବାଦ