ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ସଜା, ଭୁବନେଶ୍ବର ଷ୍ଟେସନରୁ ଗିରଫ ହୋଇଥିଲେ ୯ ବଂଲାଦେଶୀ

NEWS7
yuvraj-singh-denies-media-reports-of-him-contesting-lok-sabha-election-2024

ଭୁବନେଶ୍ବର ୩।୨: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗିରଫ ୯ ଜଣ ବାଂଲାଦେଶୀଙ୍କୁ ୨ ବର୍ଷ ସଜା ଶୁଣାଇଲେ କୋର୍ଟ । ପ୍ରଥମ ଥର ପାଇଁ ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ବିରୋଧରେ ସଜା ଶୁଣାଇଛନ୍ତି କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୩ ବର୍ଷ ଅଧିକ ସଶ୍ରମ କାରାଦଣ୍ଡାଦେଶ ହୋଇଛି । ୬ ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ।

ସୂଚନାଯୋଗ୍ୟ ଯେ, ୨୦୨୫ ମସିହା ମାର୍ଚ୍ଚ ୮ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରେ ଓଡ଼ିଶାକୁ ଅନୁପ୍ରବେଶ ନେଇ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF । ସେମାନଙ୍କ ନିକଟରୁ ବାଂଲାଦେଶୀ ଟଙ୍କା ଏବଂ ଭାରତୀୟ ଟଙ୍କା ଏବଂ ମୋବାଇଲ ଜବତ କରିଥିଲା STF । ଗିରଫ ଅଭିଯୁକ୍ତ ମାନଙ୍କୁ ଆଉ ବଂଲାଦେଶ ନ ଛାଡିବାକୁ ବଂଲାଦେଶ ହାଇ କମିସନ ଭୁବନେଶ୍ୱର କୋର୍ଟ ଏବଂ କ୍ରାଇମବ୍ରାଞ୍ଚକୁ ଲିଖିତ ଆକାରରେ ଜଣାଇଥିଲେ ।

ଏ ଖବର ବି ପଢ଼ନ୍ତୁ:-ଡ୍ୟୁଟିରେ ଥିଲେ, ପଳାଇଲା ଚାକିରି… ମହିଳା କର୍ମଚାରୀ ପହଞ୍ଚିଗଲେ ମେଡିକାଲରେ