ପାରିବାରିକ ବିବାଦରୁ ଯୁବକଙ୍କ ଆତ୍ମାହୁତି ଉଦ୍ୟମ, ସେପଟେ ଆତ୍ମାହୁତି ଧମକ ଦେଉଥିବା ପରିବାରକୁ ଉଠାଇନେଲା ପୋଲିସ

Published By : Prameya-News7 Bureau | August 12, 2025 IST

BREAKING NEWS

ଭୁବନେଶ୍ବର ୧୨।୮: ଭୁବନେଶ୍ବରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଖଣ୍ଡଗିରି ଥାନା ଅଧୀନ ଏକ ଘରୋଇ କଲେଜ ପରିସରରେ ଏଭଳି ଅଘଟଣ ଘଟିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି ।

ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ଜଣଙ୍କ ଏକ ଘରୋଇ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପାରିବାରିକ ବିବାଦ ପାଇଁ ଯୁବକ ଜଣଙ୍କ ଏପରି କରିଥିବା ସୂଚନା ମିଳିଛି । ଗୁରୁତର ହୋଇଥିବା ଯୁବକଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ ବୋଲି କୁହାଯାଉଛି ।

ସେପଟେ ଆତ୍ମାହୁତି ଧମକ ପରେ ଦୁଇ ଛୁଆଙ୍କ ସହ ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ । କଥା କଥାକେ ଆତ୍ମାହୁତି ଧମକ I ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଦେଖିବାକୁ ମିଳିଥିଲା ହାଇଡ୍ରାମା I ଦୂରାରୋଗ୍ୟ ଭଲ ହେଉନଥିବା ବେଳେ ୭ ବର୍ଷର ଶିଶୁ କନ୍ୟାକୁ ଧରି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ବାପା-ମା’ । ବୌଦ୍ଧ କୋଟଶିଙ୍ଗାରୁ ଆସିଥିବା ଦମ୍ପତି ନିଜ ୭ ବର୍ଷର ଶିଶୁ କନ୍ୟା ସହ ଆତ୍ମାହୁତି ଦେବା ପାଇଁ ବିଧାନସଭା ଯାଉଥିବା ବେଳେ ପୋଲିସ ଅଟକାଇଥିଲା । ୭ ବର୍ଷର ଝିଅର ରୋଗ ଭଲ ହେଉ ନଥିବାରୁ ସେ ଭୁବନେଶ୍ୱରକୁ ଆତ୍ମାହୁତି ଦେବା ପାଇଁ ଆସିଥିବା କହିଛନ୍ତି I ଜିଲ୍ଲାପାଳ ଶୁଣିଲେନି ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।

You Can Read:

କାଠଯୋଡ଼ିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ : ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.