ବ୍ରହ୍ମପୁର ୭।୭: ବ୍ରହ୍ମପୁରରେ ପୁଣି ଗଡ଼ିଲା ମୁଣ୍ଡ । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଘଟଛି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡ଼ିରେ ଦିଲ୍ଲୀପ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଘର ଭିତରେ ପଶି ହାଣିଲେ ଦୁର୍ବୃତ୍ତ । ରବିବାର ରାତି ପ୍ରାୟ ୧୧ଟା ସମୟରେ ଘର ଭିତରେ ୫ରୁ ୬ଜଣ ଦୁର୍ବୃତ୍ତ ପଶିଥିଲେ । ଘରେ ଥିବା ଦିଲ୍ଲୀପଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକ ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଏପର୍ଯ୍ୟନ୍ତ ଦୁର୍ବୃତ୍ତ ମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ଦୁର୍ବୃତ୍ତଙ୍କୁ ଧରିବା ବିଭିନ୍ନ ସ୍ଥାନରେ ଛାନଭିନ କରୁଛି ପୋଲିସ ।
You Can Read: