ଭରତପୁର ମସଜିଦ ବସ୍ତିରେ ମର୍ଡର, ବାଇକ୍ ଚୋରି ପ୍ରତିବାଦ କରିବାରୁ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | July 18, 2025 IST

BREAKING NEWS

ଭୁବନେଶ୍ୱର ୧୮/୦୭: ରାଜଧାନୀ ଭୁବନେଶ୍ୱରରେ ହତ୍ୟା । ଭୁବନେଶ୍ୱରର ଭରତପୁର ମସଜିଦ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ଗୁରୁବାର ବିଳମ୍ୱିତ ରାତିରେ । ଭରତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ଥାଉକି, ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ବାଇକ୍ ଚୋରି କରୁଥିଲେ । ସେହି ସମୟରେ ଛାତ ଉପରୁ ଦେଖିବାକୁ ପାଇଥିଲେ ମୃତ ଯୁବକ ଜଣଙ୍କ । ସଂଗେ ସଂଗେ ଯୁବକ ଜଣଙ୍କ ବାଇକ୍ ଚୋରି କରୁଥିବା ଯୁବକଙ୍କୁ ତଳକୁ ଆସି ପ୍ରତିବାଦ କରିଥିଲେ । ତେବେ ପ୍ରତିବାଦ କରିବା ବେଳେ ଦୂର୍ବୃତମାନେ ଉତ୍‌କ୍ଷୀପ୍ତ ହୋଇ ଯୁବକଙ୍କୁ ଛୁରା ମାଡ କରି ହତ୍ୟା କରିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଯାହା ଜଣାପଡିଛି ମୃତ ଯୁବକ ଜଣଙ୍କ ସେଠାରେ ଭଡ଼ା ଘରେ ରହୁଥିଲେ । ଘଟଣା ପରେ ଭରତପୁର ପୋଲିସ ହତ୍ୟାକାରୀଙ୍କୁ ଖୋଜୁଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.