FM କଲେଜ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି, ଗାନ୍ଧୀ ମୂର୍ତ୍ତି ତଳେ ନୀରବ ପ୍ରାର୍ଥନା

Published By : Prameya-News7 Bureau | July 18, 2025 IST

ଭୁବନେଶ୍ୱର ୧୮/୦୭: ଭୁବନେଶ୍ବର ଜନତା ମୈଇଦାନରେ ନୀରବ ପ୍ରତିବାଦ । ମୁହଁରେ କଳା ପଟ୍ଟି ବାନ୍ଧି ନୀରବ ପ୍ରତିବାଦ କରୁଛି BJD । FM କଲେଜ ମାମଲାରେ ବିଚାର ବିଭାଗୀ ତଦନ୍ତ ଦାବି । BJDର ବିକ୍ଷୋଭ ବେଳେ ପୋଲିସର ଦମନ ଲୀଳାକୁ ବି ବିରୋଧ । 

ବାଲେଶ୍ଵର ଏଫଏମ କଲେଜ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡିର ନୀରବ ପ୍ରାର୍ଥନା। ବିଜେଡିର ବରିଷ୍ଠ ନେତା ଗାନ୍ଧୀ ମୂର୍ତ୍ତି ତଳେ ବସି ମୁହଁରେ କଳା ପଟ୍ଟି ବାନ୍ଧି ନୀରବ ପ୍ରତିବାଦ କରିଛନ୍ତି। ଏହା ସହ ବିଜେଡିର ଆନ୍ଦୋଳନରେ ପୋଲିସର ଦମନ ଲୀଳାକୁ ବିରୋଧ କରୁଛି ବିଜେଡି।


ସୂଚନା ଥାଉକି, ଏଫଏମ କଲେଜ ଛାତ୍ରୀ ନ୍ୟାୟ ଦାବିରେ ରାଜରାସ୍ତାରେ ବୁଧବାର ଗର୍ଜିଥିଲା ବିଜେଡି । ତେବେ ବିଜେଡି କହିବା କଥା ଏହି ଆନ୍ଦୋଳନ ବେଳେ ପୋଲିସ କରିଥିଲା ଦମନଲୀଳା । ଆଉ ଏହି ଦମନଲୀଳା ପ୍ରତିବାଦରେ ଆଜି ବିଜେଡି କରିଛି ନୀରବ ପ୍ରତିବାଦ । 

  • BJD
  • FM College Student Death
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.