ଚଢାଉ ବେଳେ ମହାନଦୀକୁ ଡେଇଁପଡିଲେ ଯୁବକ, ଏବେ ଯାଏଁ ମିଳିନି ନିଖୋଜଙ୍କ ପତ୍ତା

Published By : Prameya-News7 Bureau | March 08, 2025 IST

Breaking_1

ସାଲେପୁର  ୦୮।୦୩ : ମହାନଦୀରେ ବୁଡ଼ି ଯୁବକ ନିଖୋଜ । କଟକ ଜଗତପୁର ଥାନା ବରଗୋଡ଼ିଆ ନିକଟରେ ମହାନଦୀ ପାଣିରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ଯାହାଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଆରମ୍ଭ ହୋଇଛି । 

ଖବର ଅନୁଯାୟୀ,  ବରଗୋଡ଼ିଆ ନିକଟ ମହାନଦୀରୁ ବେଆଇନ୍‌ ଭାବେ ବାଲି ଉଠାଣ ଚାଲିଥିଲା । ଯାହା ସଂପର୍କରେ ଖବର ପାଇ ମାଇନ୍ସ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଯେଉଁଥିରେ ଭୟଭୀତ ହୋଇ ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ । ଯାହାପରେ ଯୁବକଙ୍କୁ ଉଦ୍ଧାର କରି ଆରମ୍ଭ ହୋଇଥିଲା ଖୋଜାଖୋଜି । ହେଲେ ବର୍ତ୍ତମାନ ଯାଏଁ ନିଖୋଜ ଯୁବକଙ୍କ ସଂପର୍କରେ କୌଣସି ସୂଚନା ମିଳିଲାନି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.