ନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ. କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | July 28, 2025 IST

ପୁରୀ ୨୮।୦୭ : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ପୁରୀ ଚକ୍ରତୀର୍ଥ ରୋଡ ନୂଆ ସାହିର ଡି.ରାମ ମୂର୍ତ୍ତି ବୋଲି ଜଣାପଡିଛି । ବର୍ତ୍ତମାନ ଯାଏଁ ଯୁବକଙ୍କର ମୃତ୍ୟୁ କିଭଳି ହେଲା, ତାକୁ ନେଇ ସନ୍ଦେହରେ ପରିବାର ଲୋକେ । 

ଖବର ଅନୁଯାୟୀ, ପୁରୀ ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଛକ ନିକଟରେ ରାଇଟ ଫ୍ୟୁଚର ନିଶା ନିବାରଣ ନାମକ ଏକ କେନ୍ଦ୍ରରେ ରହୁଥିଲେ ଯୁବକ । ହଠାତ୍‌ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ଖବର ପାଇଥିଲେ ପରିବାର ଲୋକେ । ହେଲେ କଣ ପାଇଁ ଓ କେମିତି ତାଙ୍କର ମୃତ୍ୟୁ ହୋଇଛି । ସେନେଇ କୌଣସି କାରଣ ଜଣାପଡିନାହିଁ । ତେବେ ଡି. ରାମଙ୍କ ମୃତ୍ୟୁ ଖବର ପାଇ ପୁରା ପରିବାର ଭାଙ୍ଗି ପଡିଛନ୍ତି । ସେପଟେ ନିଶା ନିବାରଣ କେନ୍ଦ୍ରରେ ମୃତ୍ୟୁ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ବାକି ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହିଁ ମୃତ୍ୟୁ ସଠିକ କାରଣ ଜଣାପଡିବ ବୋଲି ପୋଲିସ ଆଶା କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.