ଜଗତସିଂହପୁର ୦୫।୦୬ : ଦେବୀ ନଦୀକୁ ଡେଇଁପଡିଲେ ଯୁବକ । ଜଗତସିଂହପୁର ଜିଲ୍ଲା ବଛାଳ ଗାଁର ଟୁକୁନା ଲେଙ୍କାର ୨୫ ବର୍ଷର ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ନଦୀକୁ ଡେଇଁପଡିଛନ୍ତି । ଶିଖରଘାଟ ନିକଟରେ ଥିବା ପୋଲ ଉପରୁ ଡେଇଁ ପଡିଛନ୍ତି । ପ୍ରେମ ଜନିତ କାରଣରୁ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି ।
ଖବର ଅନୁଯାୟୀ, ଗୁରୁବାର ସୂର୍ଯ୍ୟକାନ୍ତ ପୋଲ ଉପରେ କୌଣସି ଯାଉଥିଲେ । ଏହି ସମୟରେ ହଠାତ୍ ପୋଲ ଉପରୁ ନଦୀକୁ ଡେଇଁଥିଲେ । ପାଖରେ ଥିବା ଲୋକମାନେ ଏହା ଦେଖି ତୁରନ୍ତ ଅଗ୍ନିଶମ ବାହିନୀ ଓ ନାଉଗାଁ ପୋଲିସକୁ ଖବର ଦେଇଥିଲେ । ଉଭୟ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ନଦୀକୁ ଡେଇଁବାର ସଠିକ କାରଣ ଜଣାପଡିନଥିବା ବେଳେ ପ୍ରେମ ଜନିତ କାରଣ ଲାଗି ଡେଇଁଥିବା ସନ୍ଦେହ କରାଯାଉଛି ।