ସାଲେପୁରକୁ ଏନଏସି ଦାବିରେ ଯୁବ କଂଗ୍ରେସ କମିଟି ପକ୍ଷରୁ ଶୋଭାଯାତ୍ରା

Published By : Prameya-News7 Bureau | August 25, 2025 IST

ସାଲେପୁର: ସାଲେପୁରକୁ ଏନଏସି ଦାବିରେ ଯୁବ କଂଗ୍ରେସ କମିଟି ପକ୍ଷରୁ ଶୋଭାଯାତ୍ରା। ସୋମବାର କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ କମିଟି ତରଫରୁ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କଂଗ୍ରେସ କର୍ମୀମାନେ ସାଲେପୁର ସାହେଶ୍ୱରୀ ମନ୍ଦିରରୁ ବାହାରି ବଜାର ପରିକ୍ରମା କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା ସହ ସାଲେପୁର ତହସିଲ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏଥି ସହିତ ଏକ ଦାବିପତ୍ର ମଧ୍ୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । 

ପୂର୍ବ ସରକାର ୨୪ ବର୍ଷ ହେବ ରହିବା ପରେ ଏନଏସି ଘୋଷଣା ନକରିବା ଓ ବର୍ତ୍ତମାନ ସରକାର କିଛି ଅଞ୍ଚଳକୁ ଏନଏସି ଘୋଷଣା କରିବା ପରେ ସାଲେପୁର ସହରକୁ ବାଦ ଦେବା ଘଟଣାରେ ସାଲେପୁର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନଏସି ପାଇଁ ଯୋଗ୍ୟତା ଥାଇ ମଧ୍ୟ କାହିଁକି ସାଲେପୁରକୁ ଏନଏସି ଘୋଷଣା କରାଯାଇନାହିଁ ? ତା’ ବିରୁଦ୍ଧରେ କର୍ମୀମାନେ ନାରାବାଜି କରିବା ସହ ଶୋଭାଯାତ୍ରାରେ ପ୍ରତିବାଦ କରିଥିଲେ।

ଏହା ସହ ତୁରନ୍ତ ଏନଏସି ଘୋଷଣା ପାଇଁ ଦାବି କରିବା ସହ ଯଦି ଯଥା ଶୀଘ୍ର କରାନଯାଏ, ତେବେ ଆଗାମୀ ଦିନରେ ରାସ୍ତା ରୋକ ସହ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି କଂଗ୍ରେସ ନେତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.