ଚାଷୀ ପଞ୍ଜୀକରଣରେ ସର୍ବକାଳୀନ ରେକର୍ଡ଼, ସୋମବାର ରାତି ୧୨ଟାରେ ସରିବ ଅବଧି

Published By : Prameya-News7 Bureau | August 25, 2025 IST

ଭୁବନେଶ୍ୱର ୨୫/୦୮: ଚାଷୀ ପଞ୍ଜୀକରଣରେ ସର୍ବକାଳୀନ ରେକର୍ଡ଼ କରିଛି ଓଡ଼ିଶା । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ୧୮ ଲକ୍ଷ ୫୦ ହଜାର ୯୮୩ ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ଆଜି ଚାଷୀ ପଞ୍ଜୀକରଣର ଶେଷ ଦିନ । ରାତି ୧୨ଟାରେ ସରିବ ଅବଧି। ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଜଣାପଡିଛି । 

ଗତ ବର୍ଷ ଖରିଫରେ ୧୭ ଲକ୍ଷ ୫୦ ହଜାର ୪୬୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ। Ekyc ଲାଗୁ କଲୁ ମିଡିଲ ମ୍ୟାନ ଫାଇଦା ନ ନେବାକୁ।  କିନ୍ତୁ ପରେ କିଛି ସମସ୍ୟା ଉପୁଜିବାରୁ self declaration ବ୍ୟବସ୍ଥା କଲୁ। ଯେଉଁଥିପାଇଁ ଚାଷୀ ଅଧିକ ପଞ୍ଜୀକରଣ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.