ନାବାଳିକାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକ ଫେରାର, ଏହା ପଛରେ ପ୍ରେମ ସମ୍ପର୍କ ନା ରହିଛି ଆଉ କିଛି କାରଣ

Published By : Prameya-News7 Bureau | August 22, 2025 IST

ବଲାଙ୍ଗିର ୨୨।୮: ଘରେ ନଥିଲେ ପରିବାର ଲୋକ । ଏକୁଟିଆ ଥିଲେ ନାବାଳିକା । ଏହାସର ସୁଯୋଗ ନେଇ ଘରେ ପସିଲେ ଯୁବକ । ନାବାଳିକାଙ୍କ ତଣ୍ଟିକାଟି ହୋଇଗଲେ ଫେରାର । ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଅଞ୍ଚଳରେ ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଗଲେ ଯୁବକ । ନାବାଳିକାଙ୍କ ବେକକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଥିବା ଦେଖିବାକୁ ମିଳିଛି । ଏ ନେଇ ଖବର ପାଇ ତାଙ୍କୁ ପରିବାର ଲୋକ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ବେକରେ ଗଭୀର ଆଘାତ ଲାଗିଛି । ନାବାଳିକାଙ୍କ ବେକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ପରିବାର ଲୋକ କହିଛନ୍ତି । ସେପଟେ ଝିଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । 

ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣଙ୍କ କାହିଁକି ଏମିତି କଲେ, ଏହା ପଛରେ ପ୍ରେମ ସମ୍ପର୍କ ନା ଆଉ କିଛି କାରଣ ରହିଛି ତାକୁ ନେଇ ତଦନ୍ତ କରି ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଯୁବକଙ୍କ ନା ଜଣାପଡିନଥିବା ବେଳେ ଯୁବକ ଜଣକ ନିକଟସ୍ଥ ଏକ ଗାଁର ବୋଲି ଜଣାପଡିଥିବା ପରିବାର ଲୋକ କହିଛନ୍ତି ।

You Can Read:

ରାତି ସାରା ବିଦ୍ୟାଳୟ ପରିସରରେ ରହିଗଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ, ବାହାରପଟୁ ତାଲା ପକାଇ ପଳାଇଲେ ଶିକ୍ଷକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.