ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ଓ ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

Published By : Prameya-News7 Bureau | August 17, 2025 IST

BREAKING NEWS

ବାରିପଦା: ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳର ଭିଆରପି କୋଲଣି ସାହିରେ ଘଟିଛି ଅଘଟଣ। ମୃତକ ହେଲେ ବଡ଼ସାହି ଥାନା ଅସ୍ତଝରନ ଗ୍ରାମର କୁନୁ ବାରିକଙ୍କ ଝିଅ ଲକ୍ଷ୍ମୀ ବାରିକ। ଘଟଣାସ୍ଥଳରେ ଭଞ୍ଜପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରବିବାର ଯୁବତୀଙ୍କ ପଡ଼ୋଶୀ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଝୁଲନ୍ତା ଅବସ୍ଥାରେ ଯୁବତୀ ରହିଥିଲା ହେଲେ ଗୋଡ଼ ମାଟିରେ ଲାଗିରହିଥିଲା ଏବଂ କବାଟ ଓ ଝରକା ଖୋଲା ରହିଲା। ତେଣୁ ଝିଅର ମୃତ୍ୟୁ ଉପରେ ସନ୍ଦେହ ରହିଛି। 

ଜଣାପଡ଼ିଛି ଯୁବତୀ ଜଣକ ବିଭିନ୍ନ ପର୍ବପର୍ବାଣି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଷ୍ଟେଜରେ ଅଭିନୟ ଏବଂ ନୃତ୍ୟ କରିଥାନ୍ତି। ତେବେ ଏହି ଘଟଣାରେ ଯୁବତୀଙ୍କୁ ପୁରୁଷ ବନ୍ଧୁଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସର ତଦନ୍ତ ପରେ ହିଁ ସତ୍ୟ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.