ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ ପ୍ରସ୍ତୁତି, ନେତାଙ୍କୁ ଦିଆଗଲା ଟାସ୍କ

Published By : Prameya-News7 Bureau | August 17, 2025 IST

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚ ସମେତ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏକ ପରୀକ୍ଷା ଭାବେ ନେଇ ମିଶନ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ। ଏଥିପାଇଁ ଆଜି  କଂଗ୍ରେସ ଭବନରେ  ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ୨୦୨୪ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ନେଇ ହୋଇଥିଲା ବିଚାର ବିମର୍ଶ। ଏଥର ପ୍ରାର୍ଥୀମାନଙ୍କୁ ଦିଆଯାଇଛି ଟାସ୍କ। ପ୍ରାର୍ଥୀମାନେ ପ୍ରତି ମାସରେ ରିପୋର୍ଟ ସହ ୬ ମାସରେ ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତ୍ତି ନେବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି ।

ପଞ୍ଚାୟତ ନିର୍ବାଚନରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଫର୍ମୁଲା କଷିଲାଣି କଂଗ୍ରେସ। ‘ଭୋଟ ଚୋରି’ ସମ୍ବିଧାନ ବଞ୍ଚାଅ, ଭଳି  ପ୍ରସଙ୍ଗ ସହ ରାହୁଲଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ପ୍ଲାନ କରିଛି କଂଗ୍ରେସ ।  ଆଜି କଂଗ୍ରେସ ଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀଙ୍କ ସହ ବିଚାର ବିମର୍ଶ କରାଯାଇଥିଲା। ଯେଉଁମାନେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ସେମାନଙ୍କ ସହ ସଭାପତି ଏବଂ ପ୍ରଭାରୀ ଆଲୋଚନା କରିଥିଲେ। ଆଉ ଦିଆଯାଇଥିଲା ବିଗ ଟାସ୍କ।  

୧- ପ୍ରତ୍ୟେକ ଅଞ୍ଚଳର ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ସହ ଯୋଡି ହେବାକୁ ନିର୍ଦ୍ଦେଶ। ୨- ପଂଚାୟତ ନିର୍ବାଚନରେ ଭୋଟ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବା। ୩- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘରେ ଘରେ ପହଞ୍ଚାଅ। ୪ - ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ସ୍ତରରେ ଲଢେଇ ବେଳେ ସରକାରୀ ଦଳ ପକ୍ଷରୁ ଅସୁବିଧା ହେଲେ ଏକାଠି ଠିଆ ହୁଅ, ପିସିସିର ଟିମ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଛିଡା ହେବ ଆଶ୍ବାସନା ଦେଇଛି।   ୫- ଯେଉଁମାନେ ଦଳ ଛାଡ଼ି ଚାଲିଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଲାଗି ଉଦ୍ୟମ ହେବ।

ପୁରୁଣା ପ୍ରାର୍ଥୀମାନେ  କେତେ ଆକ୍ଟିଭ ଅଛନ୍ତି ତାହାର ଆକଳନ କରାଯାଉଛି।   ପଞ୍ଚାୟତ ନିର୍ବାଚନ ସଫଳତାକୁ ପ୍ରାର୍ଥୀତ୍ବର ମାନଦଣ୍ଡ ଭାବେ ଗଣାଯିବ। ସେଥିପାଇଁ ୬ ମାସିଆ ଟାସ୍କ ଦିଆଯାଇଛି ।  ପ୍ରତି ମାସରେ ହେବ ସମୀକ୍ଷା। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ । କାମ ଦେଖି ଆଗକୁ ସେମାନେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଆଗକୁ ନେତୃତ୍ୱ ନେବେ କି ନାହିଁ ତାହା ନିର୍ଦ୍ଧାରଣ କରାଯିବ। ଆଉ ଏଭଳି ଟାସ୍କକୁ ନେଇ ପୁଣି ସକ୍ରିୟ ହୋଇପଡ଼ିଛନ୍ତି ଗ୍ରାଉଣ୍ଡର ନେତାମାନେ।   

ପୂର୍ବ ନିର୍ବାଚନରେ ରାଜ୍ୟରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀଙ୍କ ସଂଖ୍ୟା ୬୫ ରୁ ଅଧିକ ହୋଇଥିବା ବେଳେ ଆଗକୁ ୧୦ ପ୍ରତିଶତରୁ କମ ଭୋଟ ପାଇଥିବା ପ୍ରାର୍ଥୀ ମାନଙ୍କୁ ମଧ୍ୟ ଅଲଗା ଟାସ୍କ ଦେବ ଦଳ। ସେମାନଙ୍କର ସାମର୍ଥ୍ୟ ମଧ୍ୟ ପରଖାଯିବ ବୋଲି ହୋଇଛି ନିଷ୍ପତ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.