ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ମେରଟ୍ : 'ନମୋ ଭାରତ ସମ୍ପୂର୍ଣ୍ଣ କରିଡର'କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

NEWS7
young-people-are-helping-migrant-oriyas-on-twitter

ନୂଆଦିଲ୍ଲୀ, ୨୨/୦୨: ଉଦଘାଟନ ହେଲା ଭାରତର ସବୁଠୁ ସେମି ହାଇସ୍ପିଡ୍ ଟ୍ରେନ୍ ନମୋ ଭାରତ ରାପିଡ୍ ରେଳର ସମ୍ପୂର୍ଣ୍ଣ କରିଡର । ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ବାହାରି ପହଁଚିଯିବ ମେରଟରେ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୨ କିମି ଦୂରତା ବିଶିଷ୍ଟ ଦିଲ୍ଲୀ-ମେରଟ ରିଜିଓନାଲ ରାପିଡ୍ ଟ୍ରାନଜିଟ୍ ସିଷ୍ଟମର ଉଦଘାଟନ କରିଛନ୍ତି । ଏଥିରେ ଦିଲ୍ଲୀର ସରାୟ କାଲେ ଖାନ୍ ଠୁ ନ୍ୟୁ ଅଶୋକ ନଗର ମଧ୍ୟରେ ୫ କିଲୋମିଟର ବ୍ରିଜ୍ ଏବଂ ମେରଟ୍ ସାଉଥରୁ ମୋଦୀପୁରମର ସେକସନ୍ ରହିଛି । ଏହାବ୍ୟତୀତ ମୋଦୀ ଦେଶର ସବୁଠୁ ଫାଷ୍ଟ୍ ମେଟ୍ରୋ ସର୍ଭିସ୍ ଏବଂ ୨୩ କିଲୋମିଟର ବିଶିଷ୍ଟ ମେରଟ ମେଟ୍ରୋକୁ ଲୋକାର୍ପଣ କରାଯାଇଛି । ଉଦଘାଟନ ପରେ ଉଭୟ ରେଳ ସେବା ରବିବାର ସନ୍ଧ୍ୟା ୬ଟାରୁ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ ।

ରବିବାର ଗାଜିଆବାଦରେ ପହଁଚିଥିଲେ ମୋଦୀ । ଏଠାରେ ତାଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲେ । ଏଠାରୁ ଉଭୟ ମେରଟ୍ ଅଭିମୁଖେ ଯାତ୍ରା କରିଥିଲେ । ମେରଟେର ପହଁଚିବା ପରେ ମୋଦୀ ରାପିଡ୍ ରେଳର ବାକିଥିବା ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏହାସହ ଜନସଭାକୁ ମଧ୍ୟ ସମ୍ବୋଧନ କରିଥିଲେ ।

କେବଲ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀ ଏବଂ ନ୍ୟାଶନାଲ କ୍ୟାପିଟାଲ ରିଜନ୍ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ ସହ ଶଦାବ୍ଦୀ ନଗରରୁ ମେରଟ୍ ସାଉଥ୍ ଯାଏଁ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ । ଯାତ୍ରାରେ ସେମାନେ ସାଧାରଣ ଯାତ୍ରୀଙ୍କ ସହ କଥା ହୋଇଥିଲେ । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ନମୋ ଭାରତର ସଂଚାଳନ ଏବଂ ପରିଯୋଜନା ବାବଦରେ ସବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

ସବୁଠାରୁ ବଡ କଥା ହେଉଛି ଯେ, ନମୋ ଭାରତ ରାପିଡ୍ ରେଳର ସଞ୍ଚାଳନରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଇଛି । ଏହି ସେବାରେ ୮୦ ପ୍ରତିଶତ ପାଇଲଟ୍ ଏବଂ କୋ ପାଇଲଟ୍ ମହିଳା ଅଟନ୍ତି । ଖାଲି ଏତିକି ନୁହେଁ ଏବେ ଦିଲ୍ଲୀରୁ ମେରଟ ମଧ୍ୟରେ ୫୫ ମିନିଟରେ ଯାତ୍ରା ସମ୍ପନ୍ନ ହେବ । ଦିଲ୍ଲୀର ସରାୟ କାଲେ ଖାନ୍ ଷ୍ଟେସନରେ ମଲଟି ଇଣ୍ଟିଗ୍ରିଟି ଟ୍ରାନଜିଟ୍ ସିଷ୍ଟମ୍ ବିକଶିତ କରାଯାଇଛି । ଏଠାରେ ସ୍ମାର୍ଟ ଟିକେଟିଂ ବୋର୍ଡିଂ ମେସିନ୍ ଏବଂ କ୍ୟୁଆର୍ କୋଡ୍ ଆଧାରିତ ଟିକେଟ୍ ସୁବିଧା ଯାତ୍ରୀମାନେ ପାଇପାରିବେ ।