କିଏ ନେଉଥିଲା ଲକ୍ଷାଧିକ ଟଙ୍କାର କଫ୍ ସିରପ୍ ? ୩ ଜଣ ଫେରାର ମାରିଥିବା ବେଳେ ଜଣେ ଗିରଫ

NEWS7
young-lady-raped-and-murder-by-lover-in-bhubaneswar

ସୋନପୁର ୭।୨: ବରଗଡ଼ ଅଞ୍ଚଳରୁ ସୁବର୍ଣ୍ଣପୁରକୁ ଆସୁଥିବା ଲକ୍ଷାଧିକ ଟଙ୍କାର କଫ୍ ସିରପ୍ ଜବତ l ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାହାଜବାହାଲ ରାସ୍ତାରେ ଦୁଇଟି ଗାଡିରେ କଫ୍ ସିରପ୍ ନେଇ ଯାଉଥିବା ରାମପୁର ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲା l ଦୁଇଟି ଗାଡ଼ିରେ ଚାରି ଜଣ ବ୍ୟକ୍ତି କଫ୍ ସିରପ୍ ନେଇ ଯାଇଥିବା ସନ୍ଦେହ କରି ଅଟକାଇଥିଲା l ପରେ ତିନି ଜଣ ଗାଡି ଛାଡି ଫେରାର ମାରିଥିବା ବେଳେ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା ରାମପୁର ପୋଲିସ l ପରେ ଦୁଇଟି ଗାଡ଼ିରେ କଫ୍ ସିରପ୍ ଥିବା ଜାଣିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଣତି ପରେ ୯୪୫୦ ବୋତଲ କଫ୍ ସିରପ୍ ରହିଥିବା ଜଣାପଡିଥିଲା l

୯୪୫୦ ବୋତଲ କଫ୍ ସିରପ୍ ଜବତ କରାଯାଇ ଗୋଟିଏ ବୋଲେରୋ ପିକଅପ ଗାଡି ଓ ଗୋଟିଏ କାର ସହ ଜଣେ ବ୍ୟକ୍ତିକୁ ଗିରଫ କରି ରାମପୁର ଥାନାରେ ଏକ ମାମଲା ରୁଜୁ କରି ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ଫେରାର ମାରିଥିବା ବ୍ୟକ୍ତି ମାନେ କେଉଁ ଅଞ୍ଚଳର ତାର ତଦନ୍ତ କରାଯାଉଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି l ଜବତ ହୋଇଥିବା କଫ୍ ସିରପ୍ର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l