ୟୁପିଏ ସରକାରର MGNREGAରୁ ଇନ୍ଦିରା ଆବାସ ଯାଏଁ... ମୋଦୀ ସରକାର ଯୋଜନାର ନାଁ ପରିବର୍ତ୍ତନ କରିଥିବା ଅଭିଯୋଗ

NEWS7
young-lady-raped-and-murder-by-lover-in-bhubaneswar

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ମନରେଗା ସହ ଜଡ଼ିତ ନୂଆ ବିଧେୟକ ଆଗତ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । କର୍ମ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଥିବା ଦେଶର ସବୁଠୁ ବଡ଼ ଗ୍ରାମୀଣ ଯୋଜନାର ନାଁ ଓ ସ୍ୱରୂପରେ ପରିବର୍ତ୍ତନ ପ୍ରସ୍ତାବ ସାମନାକୁ ଆସିବା ପରେ ବିରୋଧୀ ଏହାକୁ ସରକାରଙ୍କ ନାମ ପରିବର୍ତ୍ତନ ନୀତି ବୋଲି କହିଛନ୍ତି । ଅନ୍ୟପଟେ ସରକାର ଏହାକୁ ବଦଳୁଥିବା ଭାରତର ଆବଶ୍ୟକତା ବୋଲି କହିଛନ୍ତି । ତେବେ ଏହି ବିତର୍କ କେବଳ ଗୋଟିଏ ଯୋଜନାରେ ସୀମିତ ନୁହେଁ, ବରଂ ସେହି ବ୍ୟାପକ ରଣନୀତି ଓ ଆଦର୍ଶଗତ ପରିବର୍ତ୍ତନର ଅଂଶ, ଯେଉଁଥିରେ ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ପୁରୁଣା ଯୋଜନା, ରାସ୍ତା, ସଂସ୍ଥାନ ଓ ଆଇନକୁ ନୂଆ ନାଁ ଓ ପରିଚୟ ଦିଆଯାଇଛି ।

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ଅଭିଯୋଗ ଯେ ମୋଦୀ ସରକାର ୟୁପିଏ ଶାସନକାଳରେ ଆରମ୍ଭ ହୋଇଥିବା ୨୫ରୁ ଅଧିକ ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି କିମ୍ୱା ନୂଆ ରୂପ ଦେଇଛନ୍ତି । କଂଗ୍ରେସର କହିବା କଥା ଯେ ଏହା କେବଳ ନାଁ ପରିବର୍ତ୍ତନର କଥା ନୁହେଁ ବରଂ ରାଜନୀତିକ ଐତିହ୍ୟକୁ ଲିଭାଇବା ପାଇଁ ଉଦ୍ୟମ ଅଟେ । ଅନ୍ୟପଟେ ସରକାରଙ୍କ ଯୁକ୍ତି ଯେ ନାଁ ସହ ଯୋଜନାର ପରିସର, ଲକ୍ଷ୍ୟ ଓ କାର୍ଯ୍ୟପ୍ରଣାଳୀ ମଧ୍ୟ ବଦଳାଯାଇଛି, ଏଥିପାଇଁ ନୂଆ ନାଁ ହେବା ସ୍ୱାଭାବିକ କଥା ।

ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଗ୍ୟାରେଣ୍ଟ ଯୋଜନା, ଯାହାକୁ ସାଧାରଣତଃ ମନରେଗା କୁହାଯାଏ । ୨୦୦୫ରେ ୟୁପିଏ ସରକାର ସମୟରେ ଏହାକୁ ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ଗ୍ରାମୀଣ ପରିବାରକୁ ୧୦୦ ଦିନର ରୋଜଗାର ଗ୍ୟାରେଣ୍ଟି ଦିଆଯାଇଥାଏ । ମୋଦୀ ସରକାର ଏହାକୁ ନୂଆ ଆଇନ ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର୍ ଆଣ୍ଡ ଆଜୀବିକା ମିଶନ ଅର୍ଥାତ୍ ଭିବି ଜୀ ରାମ ଜୀ ରୂପେ ପ୍ରସ୍ତାବିତ କରିଛନ୍ତି । ସରକାର ଦାବି କରିଛନ୍ତି ଯେ ଏହି ଆଇନ ଅଧିନରେ ଗ୍ରାମୀଣ ପରିବାରକୁ ୧୨୫ ଦିନ ଯାଏ କାମର ଗ୍ୟାରେଣ୍ଟି ମିଳିବ । ଏହାର ଲକ୍ଷ୍ୟ କେବଳ ଶ୍ରମିକ ଯାଏଁ ସୀମିତ ନରହି ଗ୍ରମୀଣ ଭିତ୍ତିଭୂମି, ଜଳ ସୁରକ୍ଷା ଓ ଆଜୀବିକା ଓ ଜଳବାୟୁ ଅନୁକୂଳ ବିକାଶ ଉପରେ କେନ୍ଦ୍ରିତ ରହିବ ।

ବିରୋଧୀଙ୍କ ଅଭିଯୋଗ ଯେ ମୋଦୀ ସରକାର ଗତ ୧୪ ବର୍ଷରେ ଅନେକ ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି । ନଜର ପକାନ୍ତୁ କଂଗ୍ରେସ ଦାବି କରୁଥିବା ଯୋଜନା ଓ ତାର ପରିବର୍ତ୍ତିତ ନାଁ ଉପରେ...

ନିର୍ମଳ ଭାରତ ଅଭିଯାନ (୨୦୧୨)- ସ୍ୱଚ୍ଛ ଭାରତ ମିଶନ

ନ୍ୟାସନାଲ୍ ଗର୍ଲ ଚାଇଲ୍ଡ ଡେ' ପ୍ରୋଗ୍ରାମ୍ସ (୨୦୦୮)- ବେଟି ବାଚାଓ, ବେଟି ପଢାଓ ଯୋଜନା

ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା (୨୦୦୫)- ଦୀନ ଦିନଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା

ଜବାହରଲାଲ ନେହରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ- AMRUT

ସ୍ୱାବଲମ୍ବନ ଯୋଜନା (୨୦୧୦)- ଅଟଳ ପେନସନ୍ ଯୋଜନା

ନ୍ୟାସନାଲ୍ ମ୍ୟାନୁଫେକ୍ଚରିଂ ପଲିସି (୨୦୧୧)- ମେକ୍ ଇନ୍ ଇଣ୍ଡିଆ

ନ୍ୟାସନାଲ୍ ଇ-ଗଭରନାନ୍ସ ପ୍ଲାନ (୨୦୦୬)- ଡିଜିଟାଲ୍ ଇଣ୍ଡିଆ

ନ୍ୟାସନାଲ୍ ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମ (୨୦୧୦)-ସ୍କିଲ୍ ଇଣ୍ଡିଆ

ୟୁନିଭର୍ସାଲ୍ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ (୧୯୮୫)- ମିଶନ ଇନ୍ଦ୍ରଧନୁଷ

ଡାଇରେକ୍ଟ ବେନିଫିଟ୍ସ ଟ୍ରାନ୍ସଫର ଫର୍ ଏଲପିଜି (୨୦୧୩)- ପହଲ

ନ୍ୟାସନାଲ ଅପ୍ଟିକ୍ ଫାଇବର ନେଟୱାର୍କ (୨୦୧୧)-ଭାରତନେଟ୍

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (୨୦୦୭)-ପରମ୍ପରାଗତ କୃଷି ବିକାଶ ଯୋଜନା

ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (୨୦୦୭)-ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା

ଇନ୍ଦିରା ଆବାସ ଯୋଜନା (୧୯୮୫)- ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା

ରାଜୀବ ଆବାସ ଯୋଜନା (୨୦୦୯)- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)

ଇନ୍ଦିରା ଗାନ୍ଧୀ ମାତୃତ୍ୱ ସହଯୋଗ ଯୋଜନା (୨୦୧୦)- ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଧନା ଯୋଜନା

ସଂଶୋଧିତ ଜାତୀୟ କୃଷି ବୀମା ଯୋଜନା (୨୦୧୦)- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

ଜନ ଔଷଧି ଯୋଜନା (୨୦୦୮)- ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା

ଐତିହ୍ୟ କ୍ଷେତ୍ରର ବିକାଶ (୨୦୦୫)-HIRDAY

ଜାତୀୟ ସାମୁଦ୍ରିକ ବିକାଶ କାର୍ଯ୍ୟକ୍ରମ (୨୦୦୫)-ସାଗରମାଳା

ମହାତ୍ମା ଗାନ୍ଧୀ ନରେଗା (୨୦୦୫)- ଭିବି ଜୀ ରାମ ଜୀ