କେନ୍ଦ୍ରାପଡ଼ା ୧୭।୭: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ସେତୁ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡିଲେ ଯୁବତୀ l ଯୁବତୀ ଜଣଙ୍କ ସ୍ଥାନୀୟ ଗୋବିନ୍ଦପୁର ଗାଁର ବୋଲି ଜଣାପଡିଛି l
ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ଯୁବତୀ ଜଣଙ୍କ ନିଜ ସାଇକେଲ ଯୋଗେ ଆସି ପୋଲ ଉପରେ ସାଇକେଲ ରଖି ନଦୀ ଗର୍ଭକୁ ଡେଇଁ ପଡିଥିଲେ l ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଯୁବତୀ ପ୍ରଖର ସ୍ରୋତରେ ଭାସି ଯାଇଥିଲେ l
ତେବେ ପାରିବାରିକ କଳହ କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବତୀଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।
You Can Read:
ଦେହରେ ନିଆଁ ଲାଗି ମହିଳା ଗୁରୁତର, ଶରୀରର ୭୦ପ୍ରତିଶତ ପୋଡିଯାଇଥିବା ସୂଚନା