ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ, ସବୁ ଜାଣି ବି ପୋଲିସ ପ୍ରଶାସନ ଏଠି ଚୁପ୍

NEWS7
young-boy-missing-in-puri-river

ଭୁବନେଶ୍ୱର ୧୫।୧୨ : ଦିନ ଦ୍ୱିପହରରେ ଘରେ ପଶି ଆକ୍ରମଣ ହେଉଛି । ତଥାପି ପୋଲିସ ପ୍ରଶାସନ ତଥା ସରକାର ସମସ୍ତେ ନିରବଦ୍ରଷ୍ଟା ସାଜିଛି। ଏବେ ଯାଏଁ କାହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏପରି କିଛି କହି ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଖବର ଅନୁଯାୟୀ, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ କିଛି ଲୋକ ଭଙ୍ଗାରୁଜା କରିଥିଲେ । ଏହାସହ କିଛି ସମର୍ଥକଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ । ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିଲେ । ଏବେ ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ‘X’ରେ କହିଛନ୍ତି । ନବୀନ କହିଛନ୍ତି ଯେ, ଦିନ ଦ୍ୱିପହରେ ଏହି ଘଟଣା ଘଟିଥିଲା । ତଥାପି ପୋଲିସ ପ୍ରଶାସନ ତଥା ସରକାର ପୁରା ନିବରଦ୍ରଷ୍ଟା ସାଜିଛନ୍ତି । ବର୍ତ୍ତମାନ ଯାଏଁ ପୋଲିସ ଘଟଣାରେ କୌଣସି ଆକ୍ସନ ନନେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାଜ୍ୟରେ ଅରାଜକତା ଓ ଗୁଣ୍ଡାରାଜକୁ ପ୍ରସୟ ଦେଇ ବିଜେପି ସରକାର କ'ଣ ଦର୍ଶାଇବାକୁ ଚାହୁଁଛନ୍ତି ? ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ। ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।