ଦୁବାଇରେ ନିର୍ମାଣ ହେଉଛି ନିଆରା ମଲ୍, କାରରେ ବସି କରି ହେବ ସପିଂ

NEWS7
young--elephant-dies-at-sundargarh

ନୂଆଦିଲ୍ଲୀ୧୩।୧୨: ପୁଣି ଥରେ ବିଶ୍ୱକୁ ଚକିତ କରିବାକୁ ଯାଉଛି ଦୁବାଇ । ଖୁବଶୀଘ୍ର ଏହା ବିଶ୍ୱର ପ୍ରଥମ ‘ଡ୍ରାଇଭ୍-ଥ୍ରୁ ମଲ୍’ ଲଞ୍ଚ୍ କରିବାକୁ ଯାଉଛି । ନାଁ ‘ଦୁବାଇ ସ୍କୋୟାର’ । ଆଗାମି ୩ ବର୍ଷ ମଧ୍ୟରେ ମଲ୍ ଖୋଲିବ । ଲୋକେ କାରରେ ଆରାମରେ ବସି ସିଧା ମଲ୍ ଭିତରକୁ ଯିବେ । ପାର୍କିଂ ଜାଗା ଖୋଜିବାକୁ ପଡ଼ିବନି । ଏହା କେବଳ ସପିଂ ସ୍ପଟ୍ ହେବନାହିଁ, ଅନ୍ୟତମ ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବ । ସପିଂ, ଭୋଜନ ଓ ବୁଲାବୁଲିର ନୂଆ ଅନୁଭବ ଏହା ପ୍ରଦାନ କରିବ ।

ଏହି ଅଭିନବ ମଲ୍ ସପିଂପ୍ରେମୀଙ୍କୁ ସୁବିଧାଜନକ ଓ ସମସ୍ୟା-ମୁକ୍ତ ଅନୁଭବ ପ୍ରଦାନର ପ୍ରତିଶ୍ରୁତି ଦେବ । ଏହା ସହରରେ ବୁଲାବୁଲିର ଅନ୍ୟତମ ସବୁଠୁ ଲୋକପ୍ରିୟ ସ୍ଥାନ ପାଲଟିବ । ଦୁବାଇ ସ୍କୋୟାର୍ର ସବୁଠୁ ବଡ଼ ପରିଚୟ ଏହାର ଆକାର ଓ ଡ୍ରାଇଭ୍-ଥ୍ରୁ କନ୍ସେପ୍ଟ । ଏହା ୨୬ ଲକ୍ଷ ବର୍ଗ ମିଟରରେ ବିସ୍ତୃତ ଏକ ବହୁତ ବଡ଼ ପ୍ରୋଜେକ୍ଟ । ଏହାର ନିର୍ମାତା କମ୍ପାନି ‘ଈମାର ପ୍ରପର୍ଟିଜ’ର ସଂସ୍ଥାପକ ମହମ୍ମଦ ଅଲି ଅଲାବ୍ୱାର ନିଜ ଏକ୍ସ ଆକାଉଣ୍ଟ୍ରେ ଲେଖିଛନ୍ତି, ଏହି ମଲ୍ ଡାଉନ୍ଟାଉନ୍ ଦୁବାଇଠୁ ମଧ୍ୟ ୩ ଗୁଣ ବଡ଼ ହେବ ।

ଏହି ପ୍ରୋଜେକ୍ଟରେ ମୋଟ୍ ୧୮୦ ଅରବ ଅଷ୍ଟ୍ରେଲୀୟ ଡଲାର ଖର୍ଚ୍ଚ ହେବ । ଲୋକେ ନିଜ କାର୍ରେ ବସି ମଲ୍ର ବିଭିନ୍ନ ସ୍ଥାନକୁ ସହଜରେ ଯାଇପାରିବେ । ଇ-ଯାନ ପାଇଁ ଏଠାରେ ସ୍ୱତନ୍ତ୍ର ଚାର୍ଜିଂ ପଏଣ୍ଟ୍ ଓ ଡ୍ରାଇଭିଂ ଇନ୍ଫ୍ରାଷ୍ଟକ୍ଚର ପ୍ରସ୍ତୁତ କରାଯାଉଛି । ଅର୍ଥାତ୍ ଆପଣଙ୍କୁ ଗାଡ଼ିରୁ ଓହ୍ଲାଇବାକୁ ପଡ଼ିବ ନାହିଁ ।