LIVE TV

ପୀତବାସ ହତ୍ୟା ମାମଲା, ଜେଲରେ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍

NEWS7
yoga-guru-baba-ramdev-slams-donald-trump

ବ୍ରହ୍ମପୁର ୧୫/୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ସମସ୍ତ ଅଭିଯୁକ୍ତଙ୍କ ହେବ TI ପରେଡ୍ । ବ୍ରହ୍ମପୁର କାରାମଣ୍ଡଳରେ ଆଜି ହୋଇପାରେ TI ପରେଡ୍ । ହତ୍ୟା ମାମଲାରେ ମୋଟ୍‌ ୧୬ ଅଭିଯୁକ୍ତ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ସାର୍ପସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ, ବିହାର ରାଜ୍ୟର ଶିଶୁପାଳ ପାସୱାନ ଓ କୁନ୍ଦନ କୁମାର, ଷଡଯନ୍ତ୍ରକାରୀଙ୍କ ମୁଖ୍ୟ ସହଯୋଗୀ ଉମା ବିଷୋୟୀ, ଯୋଗୀ ରାଉତ, ସୀମାଞ୍ଚଳ ନାୟକ ଏବଂ ବିପିନ ସ୍ବାଇଁ ।

ଏହି ଅଭିଯୁକ୍ତଙ୍କ ଟିଆଇ ପରେଡ କରିବାକୁ ଅନୁମତି ଦେବାକୁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏସଡିଜେଏମ କୋର୍ଟକୁ ଅନୁମତି ମାଗିଥିଲେ । କୋର୍ଟ ପକ୍ଷରୁ ଅନୁମତି ମିଳିସାରିଥିବା ବେଳେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ ହେବ ବୋଲି କୁହାଯାଉଛି । 

ସୂଚନା ଥାଉକି,  ପୀତବାସ ହତ୍ୟା ମାମଲାରେ ବୈଦ୍ୟନାଥପୁର ଥାନା ପୋଲିସ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ୧୬ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ ରହିଛନ୍ତି ।

ଗତ କୁମାରପୂର୍ଣ୍ଣମୀ ରାତିରେ ପୀତବାସଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ ଏମାନେ । ଅଭିଯୁକ୍ତ କୁରୁପତି  ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଏକ ବାଇକରେ ବୈକୁଣ୍ଠନଗର ଅଞ୍ଚଳକୁ ଯାଇ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ଏ ନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା (୫୧୮/୨୫) ରୁଜୁ ହୋଇଥିଲା ା