ଥମୁନି ଯାତ୍ରା କଳାକାର-ମାଲିକ ବିବାଦ, ମାମୁନି,ନରିଙ୍କ ଉପରେ ରାଗ ଝାଡିଲେ ନାଣ୍ଡୁ ବାବୁ

Published By : Prameya-News7 Bureau | May 28, 2025 IST

ଚଣ୍ଡିଖୋଲ ୨୮/୦୫: ଥମୁନି ଯାତ୍ରା ଦୁନିଆର ବିବାଦ । ମାଲିକ ଓ କଳାକାର ପରସ୍ପର ବିରୋଧରେ ଆଣୁଛନ୍ତି ସାଂଘାତିକ ଅଭିଯୋଗ । ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ।ଏଥର  ହାସ୍ୟ ଅଭିନେତା ନରି ପଣ୍ଡା ଓ ଅଭିନେତ୍ରୀ ମାମୁନିଙ୍କ ଉପରେ ରାଗ ଝାଡିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ । ନରି ପଣ୍ଡା ଯାତ୍ରା ଓଁକାର ପାର୍ଟି ରେ ଯୋଗ ଦେବା ପରେ ସେ କହିଛନ୍ତି ପୂର୍ବରୁ ମଧ୍ୟ କହିଥିଲି ଏମାନେ ଅଭିନୟ କରିବାରେ ମାଷ୍ଟର, କହିବେ ଦର୍ଶକଙ୍କ ଅନୁରୋଧ କ୍ରମେ ଆମେ ଯାତ୍ରାକୁ ଆସିଲୁ। ଟଙ୍କା ବଢାଇ ଯାତ୍ରା ପାର୍ଟି ବଦଳାଇବା ହେଉଛି ଏମାନଙ୍କ ଅଭ୍ୟାସ ।  ଯାହା ଆଜି ନରି ପଣ୍ଡା ଘଟଣା ରୁ ସ୍ପଷ୍ଟ ହୋଇଛି। 


ପୁଣି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନିଙ୍କ ଉପରେ ବି ସମାନ ରୋଷ ଝାଡିଛନ୍ତି ମାଲିକ ଅନନ୍ତ ନାରାୟଣ ଧଳ। କହିଛନ୍ତି ମୁଁ ଯାତ୍ରାରେ କଷ୍ଟ୍ୟମ ଉପରେ କମ୍ପରମାଇଜ କରେନି। ଧିରେ ଧିରେ  ଅଭିନେତ୍ରୀଙ୍କ ବ୍ୟବହାର  କେମିତି ପରିବର୍ତ୍ତନ ହେଉଛି ସମସ୍ତେ ଦେଖୁଛନ୍ତି। ଯେଉଁ କଳାକାର ବିଶୃଙ୍ଖଳା କରୁଛନ୍ତି ସେମାନଙ୍କୁ ଯାତ୍ରାରେ ରଖା ଯିବନି। ଆଗେ ଶୃଙ୍ଖଳିତ ହୁଅନ୍ତୁ ତା ପରେ ଯାତ୍ରାକୁ ଆସିବେ । ତାଙ୍କ କଥା ଏତିକିରେ ସରିନି ସେ ଆହୁରି କହିଛନ୍ତି  ମୋ ବିବାଦ କମିଟି ସହ ହୋଇଛି ସେଥିରେ ମାଲିକଙ୍କର କିଛି ବି ଭୂମିକା ନାହିଁ। ସେ ଆଇନର ଆଶ୍ରୟ ନେଇଛନ୍ତି । ମୁଁ ତଦନ୍ତକୁ ସମ୍ପୂର୍ଣ ସହଯୋଗ କରିବି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.