ଦେଶୀ ଲୁକରେ ନଜର ଆସିଲେ ଦିଶା ପଟ୍ଟାନି, ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ...

NEWS7
yamuna-poison-row-fir-filed-against-arvind-kejriwal

ମୁମ୍ବାଇ ୨୫।୦୧ : ଦିଶା ପଟ୍ଟାନି । କେତେବେଳେ ନିଜ ହଟ୍ ଫଟୋ ସୁଟ୍ ପାଇଁ ଫେମସ୍, ତ ଆଉ କେତେବେଳେ ନିଜ ଲଭ୍ ଲାଇଫକୁ ନେଇ ଲାଇମ ଲାଇଟରେ ରହିଥାନ୍ତି । ନିକଟରେ ତାଙ୍କ ନୂଆ ପୁରୁଷ ବନ୍ଧୁଙ୍କୁ ନେଇ ବି-ଟାଉନରେ ଖୁବ ଗସିପ ହୋଇଥିଲା । ପଞ୍ଜାବୀ କଣ୍ଠଶିଳ୍ପୀ ତଲବିନ୍ଦର ସିଂହ ସିଦ୍ଧୁଙ୍କ ଦିଶା ପଟ୍ଟାନୀଙ୍କ ନୂଆ ବୟଫ୍ରେଣ୍ଡ ବୋଲି ଚର୍ଚ୍ଚା ହେଉଛି । ହେଲେ ଏହା ସତ କି ନାହିଁ... ତାହା ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ଏସବୁ ଭିତରେ ଦିଶା ପଟ୍ଟାନି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ଛାଡ଼ିଛନ୍ତି । ଯେଉଁଥିରେ ସେ ଦେଶୀ ଲୁକରେ ନଜର ଆସିଛନ୍ତି । ଦିଶା ଏକ ଅଫ୍ ହ୍ୱାଇଟ୍ ରଙ୍ଗରେ ଶାଢୀରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

୧୯୯୨ ମସିହାରେ ଜନ୍ମିତ ଦିଶା। ୨୦୧୫ରେ ତେଲୁଗୁ ଫିଲ୍ମ ଲୋଫର ଜରିଆରେ ଏଣ୍ଟ୍ରି କରିଥିଲେ । ଏହାପରେ ମହେନ୍ଦ୍ର ସିଂ ଧୋନି.. ଦ ଅ ଷ୍ଟୋରୀ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । କିନ୍ତୁ ଏହାପରେ ଏକ ମାଗାଜିନ୍ ପାଇଁ ଫଟୋ ସୁଟ୍ କରି ବିବାଦୀୟ ହୋଇପଡିଥିଲେ ଦିଶା । ହେଲେ ୨୦୧୬ ମସିହା ତାଙ୍କ ପାଇଁ ଥିଲା ଖାସ୍ । ଏହି ବର୍ଷ ଦିଶା ହଲିଉଡ୍ ସୁପରଷ୍ଟାର ଜ୍ୟାକି ଚାନଙ୍କ ସହିତ ଏକ ଫିଲ୍ମରେ ସ୍କ୍ରିନ୍ ସେୟାର କରିଥିଲେ । ଆଉ ଏହାପରେ ଦିଶା ଆଉ ପଛକୁ ଫେରିନଥିଲେ । ୨୦୧୮ରେ ବାଗି-୨, ୨୦୨୦ରେ ମଲଙ୍ଗ, ୨୦୨୪ରେ କଲକି, କଙ୍ଗୁଭା ଫିଲ୍ମ ଆସିଥିଲା ।

ତେବେ ଏହି ଫିଲ୍ମ କ୍ୟାରିୟରରେ ଅନେକ ଥର ବିବାଦରେ ଫସିଛନ୍ତି ଦିଶା । କେତେବେଳେ ନିଜ ହଟ୍ ଫଟୋ ସୁଟ୍ ନେଇ, ତ ଆଉ କେତେବେଳେ ଟାଇଗରଙ୍କ ସହ ରିଲେସନସିପକୁ ନେଇ । କିଛି ବର୍ଷ ଧରି ଟାଇଗରଙ୍କ ସହିତ ଲଭ ଲାଇଫ୍ ଚାଲିଥିବା ନେଇ ବି-ଟାଉନ୍ରେ ଜୋରସୋରରେ ଚର୍ଚ୍ଚା ହେଉଥିଲା । ହେଲେ ପ୍ରେମ ସଂପର୍କକୁ ନେଇ ଯେମିତି ଚର୍ଚ୍ଚ ହୋଇଥିଲା, ବ୍ରେକ୍ ଅପ୍ ନେଇ ମଧ୍ୟ ସେମିତି ଭାବେ ଚର୍ଚ୍ଚା ହୋଇଥିଲା ।