ବାଲିଯାତ୍ରା ୨୦୨୫
LIVE TV

ରିଚା ଘୋଷଙ୍କ ନାଁରେ ହେବ କ୍ରିକେଟ ଷ୍ଟାଡିୟମ, ମମତା ବାନାର୍ଜୀଙ୍କ ଘୋଷଣା

NEWS7
wtc-final-2021-team-india-starts-match-practice-in-southampton-bcci-shares-photo

କୋଲକାତା: ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଖେଳାଳି ରିଚା ଘୋଷଙ୍କ ନାଁରେ ନାମିତ ହେବ ସିଲିଗୁଡ଼ିର କ୍ରିକେଟ ଷ୍ଟାଡିୟମ। ସୋମବାର ପଶ୍ଚିମବଙ୍ଗ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ଏହି ଷ୍ଟାଡିୟମ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମାଣ କରାଯିବ। ମମତା ବାନାର୍ଜୀ କହିଛନ୍ତି ‘‘ଚାନ୍ଦମଣୀ ଟି ଏଷ୍ଟେଟ୍‌ରେ ୨୭ ଏକର ପ୍ଲଟ୍‌ରେ ‘ରିଚା କ୍ରିକେଟ ଷ୍ଟାଡିୟମ’ ନିର୍ମାଣ ହେବ। ଏହା ରିଚାଙ୍କ ସମ୍ମାନରେ ନିର୍ମାଣ କରାଯିବ। ସେ ଜଣେ ଉଜ୍ଜଳମୟ କ୍ରିକେଟ ତାରକା। ତାଙ୍କ ସମ୍ମାନରେ ଏହି ନିର୍ମାଣ, ଉତ୍ତର ପଶ୍ଚିମବଙ୍ଗର ଅଧିକ ଯୁବ କ୍ରିକେଟରଙ୍କୁ ପ୍ରେରଣା ଦେବ। ସରକାର ଏହି ପ୍ରକଳ୍ପ କାର୍ଯ୍ୟ ତୁଲାଇବେ।’’ ବୋଲି କହିଛନ୍ତି ମମତା ବାନାର୍ଜୀ।

ସୂଚନାଥାଉକି, ରିଚା ଘୋଷ ସିଲିଗୁଡ଼ିର ବାସିନ୍ଦା। ୨୨ ବର୍ଷୀୟ ଓ୍ବିକେଟକିପର ଏବଂ ବ୍ୟାଟର ଭାରତୀୟ ମହିଳା ଟିମ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏହା ପୂର୍ବରୁ ଶନିବାର ତାଙ୍କୁ ‘ବଙ୍ଗ ଭୂଷଣ’ ପୁରସ୍କାରରେ ସମ୍ମାନିତ କରାଯିବା ସହ ଏକ ସୁନା ଚେନ୍‌ ଏବଂ ଡିଏସପି ପଦରେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର।

ସେହିଭଳି ବେଙ୍ଗଲ କ୍ରିକେଟ ଆସୋସିଏସନ (CAB) ମଧ୍ୟ ଆଇସିସି ଓମେନ୍ସ ଓ୍ବାର୍ଲ୍ଡ କପ୍‌ରେ ତାଙ୍କ ଭୂମିକା ପାଇଁ ସମ୍ମାନିତ କରିଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସିଏବି ସଭାପତି ସୌରଭ ଗାଙ୍ଗୁଲି ଯୋଗଦେଇଥିଲେ। ଭାରତର ପୂର୍ବତନ ଦ୍ରୁତ ବୋଲ ଝୁଲଣ ଗୋସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ତାଙ୍କୁ ୩୪ ଲକ୍ଷ ଟଙ୍କା ଏବଂ ଗୋଟିଏ ଗାଙ୍ଗୁଲିଙ୍କ ଠାରୁ ସୁନା ବ୍ୟାଟ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ରିଚା ମହିଳା ବିଶ୍ବ କପ୍‌ରେ ୮ ଇନିଙ୍ଗସ ଖେଳି ୨୩୫ ରନ୍ ହାତେଇଥିଲେ। ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ସର୍ବାଧିକ ୯୪ ରନ୍ କରିଥିଲେ। ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ୧୬ ବଲ୍‌ରେ ୨୬ ରନ୍ କରିଥିଲେ। ଯେଉଁଥିରେ ଦୁଇଟି ଚୌକା ଏବଂ ଦୁଇ ଛକ୍କା ରହିଛି। ଏହି ମ୍ୟାଚରେ ଭାରତ ୩୩୯ ରନ୍ର ପିଛା କରିବାରେ ସାହାଯ୍ୟ କରିଥିଲା। ଫାଇନାଲରେ ସେ ୨୪ ବଲରୁ ତିନୋଟି ଚୌକା ଏବଂ ଦୁଇଟି ଛକ୍କା ସହ ୩୪ ରନ କରି ଭାରତକୁ ୨୯୮/୭ରେ ପହଞ୍ଚାଇଥିଲେ। ଯାହା ଜିତିବା ପାଇଁ ଯଥେଷ୍ଟ ହୋଇଥିଲା। ରିଚା ଭାରତ ପାଇଁ ୫୧ଟି ଦିନିକିଆ ଏବଂ ୪୯ଟି ଇନିଂସରେ ୧୧୪୫ ରନ୍ କରିଛନ୍ତି। ତାଙ୍କ ନାଁରେ ସାତଟି ଅର୍ଦ୍ଧଶତକ ଏବଂ ସର୍ବାଧିକ ୯୬ ସ୍କୋର ରହିଛି।