ତୁର୍କିରେ ମିଳିଲା ଦୁନିଆର ସର୍ବପୁରାତନ ଆଇଲାଇନର୍‌, ୮୨୦୦ ବର୍ଷ ତଳେ କରାଯାଉଥିଲା ବ୍ୟବହାର

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦।୦୯: ତୁର୍କୀରୁ ମିଳିଲା ସର୍ବ ପୁରାତନ ଆଇଲାଇନ୍ । ଏହାକୁ ପ୍ରତ୍ନତତ୍ତ୍ୱବିତ୍ମାନେ ତୁର୍କୀର ଏକ ପ୍ରାଚୀନ ସହରର ଧ୍ୱଂସାବଶେଷରୁ ପାଇଛନ୍ତି । ଏହା ପ୍ରମାଣ କରିଛି ଯେ ୮ହଜାର ବର୍ଷ ପୂର୍ବେ ମଧ୍ୟ ମଣିଷ ମେକଅପ୍ ବ୍ୟବହାର କରୁଥିଲା।

ବର୍ତ୍ତମାନ ସମୟରେ ମେକଅପର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ହେଉଛି ଆଇଲାଇନର । ଏହି ଆଇଲାଇନର ୟେସିଲୋଭା ହୋୟୁକରେ ମିଳିଛି । ଏହା ହେଉଛି ପଶ୍ଚିମ ତୁର୍କୀର ଏକ ପ୍ରାଚୀନ ବସ୍ତି । 

ଏହି ଆଇଲାଇନର ସର୍ପଟାଇନ୍ ପଥରରେ ନିର୍ମିତ । ଏହାର ଉପର ଭାଗରେ ଏକ କଳା ଚିହ୍ନ ରହିଛି । ଯାହାକି ୮୨୦୦ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ସୁରକ୍ଷିତ ରହିଛି ।  ପ୍ରତ୍ନତତ୍ତ୍ୱବିତ୍ ଜାଫର ଡେରିନ୍ କହିଛନ୍ତି ଯେ ଶତାବ୍ଦୀ ଧରି ସମସ୍ତ ବ୍ୟକ୍ତି ବିଶେଷ ପିନ୍ଧୁଥିଲେ ଆଇଲାଇନର । ବିଶ୍ବାସ କରାଯାଏ କି ଆଇଲାଇନର ବ୍ୟବହାର ଦୁନିଆର ବିଭିନ୍ନ ସ୍ଥାନରେ ଯଥା ଇଜିପ୍ଟ, ଲେଭେଣ୍ଟ, ସିରିଆ, ଇରାନ ଏବଂ ଆନାଟୋଲିଆରେ ବ୍ୟବହାର କରାଯାଉଥିଲା । 

ଡେରିନ୍ କହିଛନ୍ତି ଏହା ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହୃତ ହୋଇଆସୁଛି ଏବଂ ଆଜି ମଧ୍ୟ ଅନେକ କ୍ଷେତ୍ରରେ ଏହା ବ୍ୟବହାର ହେଉଛି । ୟେସିଲୋଭା ହୋୟୁକରେ ମିଳିଥିବା ଏହି ଆଇଲାଇନର ଦର୍ଶାଇଥାଏ ଯେ ଏଠାକାର ମହିଳା  ନିଜର ସୌନ୍ଦଯ୍ୟକୁ ନେଇ କେତେ ଆକର୍ଷିତ ଥିଲେ । 

ମିଳିଥିବା ଏହି ଆଇଲାଇନର ପ୍ରାୟ ୧୦ ସେମି ଲମ୍ବ ଏବଂ ଏକ ସେଣ୍ଟିମିଟର ମୋଟା ।  ପ୍ରାଚୀନ କାଳରେ ୟେସିଲୋଭା ହୋୟୁକ୍ ଲୋକମାନଙ୍କ ଦ୍ବାରା ବିକଶିତ ବିଭିନ୍ନ କଳାକୃତି ମଧ୍ୟରୁ ଏହା ଅନ୍ୟତମ । ଡାରିନ କହିଛନ୍ତି ଯେ ଏହାକୁ ବହୁତ ଚିକ୍କଣ କରାଯାଇଥିଲା ଏବଂ ଏହାକୁ ଏକ ତୀକ୍ଷ୍ଣ ପେନର ଆକୃତି ଦିଆଯାଇଥିଲା ।  

ଆଇଲାଇନରକୁ ଏକ ପାତ୍ର ରଖି ବାଡି ସାହାଯ୍ୟରେ ଲଗାଯାଉଥିଲା । ଏହାପରେ ମେକଅପ୍ରେ ବ୍ୟବହାର କରାଯାଉଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଆଇଲାଇନରକୁ ଅଧିକ ରିସର୍ଚ୍ଚ ପାଇଁ ପଠାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.