ଭୁବନେଶ୍ବର ୩୧।୫: ତମାଖୁ ଜନିତ କ୍ୟାନ୍ସର ଭାରତରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ମୁଖ୍ୟତଃ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ୭ରୁ ୮ ପ୍ରତିଶତ ଲୋକେ ତମାଖୁ ଜନିତ କ୍ୟାନ୍ସରରେ ପୀଡ଼ିତ ହେଉଛନ୍ତି । ଏନେଇ ତମାଖୁ ସେବନରକୁ ପରିଣାମ ସମ୍ପର୍କରେ ସ୍ପର୍ଶ ହେଲ୍ଥ କେୟାର ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି । ତମାଖୁ ସେବନ କିଭଳି ଆମ ଜୀବନକୁ ନଷ୍ଟ କରୁଛି ତାହାର ଭୟାବହତା ବିଷୟରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପରିସରରେ କରାଯାଇଥିଲା ।
ଏହି ଅବସରରେ ହସ୍ପିଟାଲର ବରିଷ୍ଠ ଡ଼ାକ୍ତର, ମେଡିକାଲ ଷ୍ଟୁଡେଣ୍ଟ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ସାମାଜିକ କର୍ମୀଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଦିନକୁ ଦିନ ତମାଖୁ ଜନିତ କ୍ୟାନ୍ସର ସଂଖ୍ୟା ବଢିବାରେ ଲାଗିଥିବା ବେଳେ କେବଳ ସଚେତନତା ହିଁ ଏକ ମାତ୍ର ଉପାୟ । ଏନେଇ ତମାଖୁ ମୁକ୍ତ ଏବଂ ସୁସ୍ଥ ପରିବେଶର ଆହ୍ବାନ ଦେଇଥିଲେ ବିଶେଷଜ୍ଞ ।
You Can Read:
ଦୋକାନ କାନ୍ଥ କଣା କରି ୪୦୦ ମୋବାଇଲ୍ ଲୁଟ୍, ଖୋଳ ଓ ଚାର୍ଜର ଫିଙ୍ଗିଦେଲେ ଲୁଟେରା