ଅଡି, ବିଏମ୍‌ଡବ୍ଲୁ ଠାରୁ ଅଧିକ ଦାମୀ ଟମାଟୋ ମଞ୍ଜି, ଜାଣନ୍ତୁ ଏହା ପଛର କାରଣ…

Published By : Prameya-News7 Bureau | July 13, 2024 IST

ନୂଆଦିଲ୍ଲୀ ୧୩।୦୭: ଦେଶରେ ବୃଦ୍ଧି ପାଉଛି ଟମାଟୋ ଦର । ଯାହା ଲୋକଙ୍କ ପକେଟ ଉପରେ ପକାଇଛି ପ୍ରଭାବ । ଦିଲ୍ଲୀରେ ଟମାଟୋ ଦର ୧୨୫ ଏବଂ ଅନ୍ୟ ସହରରେ ୧୦୦ ଛୁଇଁଛି । କିନ୍ତୁ ଜାଣନ୍ତି କି ଦୁନିଆ ସବୁଠାରୁ ଦାମୀ ଟମାଟୋ ମଞ୍ଜି ବିଷୟରେ…ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଟମାଟୋ ମଞ୍ଜିରେ କେହି ବି  ଅଡି, ବିଏମଡବ୍ଲୁ ପରି ଲଗଜୁରୀ କାର୍ କିଣି ପାରିବେ ।  

ବାସ୍ତବରେ ଏହି ଟମାଟୋ ମଞ୍ଜି ହାଜେରା ଜେନେଟିକ୍ସ ଦ୍ୱାରା ବିକ୍ରି କରାଯାଇଥାଏ । ଏହାର ୧ କିଲୋ ପିଛା ଦାମ୍ ୩ କୋଟି । ରିପୋର୍ଟ ଅନୁଯାୟୀ, ହାଜେରା ଏହାର ବିଶେଷ ଟମାଟୋ ମଞ୍ଜି ପାଇଁ ଜଣାଶୁଣା । ବର୍ତ୍ତମାନ ଏହାର ସ୍ୱତନ୍ତ୍ର ସମର ସନ୍ ଟମାଟୋ ମଞ୍ଜିକୁ ଅନେକ ଲୋକ କିଣୁଛନ୍ତି । ଯାହାର ଦାମ୍ରେ ଅନେକ କିଲୋ ସୁନା କିଣାଯାଇପାରିବ ।

ତେବେ ମଞ୍ଜିର ଖାସ୍ କଥା ହେଉଛି ଏହି ଟମାଟୋର ଗୋଟିଏ ବିହନରୁ ୨୦ କିଲୋଗ୍ରାମ ଟମାଟୋ ଫସଲ ଚାଷ ହୋଇଥାଏ । ଯେଉଁ କାରଣରୁ ଚାଷୀ ଭଲ ଲାଭ ପାଇଥାଏ । ଏବେ ମନକୁ ପ୍ରଶ୍ନ ଆସୁଥିବ କି ଯଦି ଏହି ଟମାଟକୁ ଚାଷ କରାଯାଉଛି ତେବେ ଏହାର ମଞ୍ଜି କାହିଁକି ସଞ୍ଚୟ ହେଉନି ? ବାସ୍ତବରେ ଏହି ଫସଲରୁ ଉତ୍ପାଦିତ ଟମାଟୋ ବିହନହୀନ ଅଟେ । 

ତେଣୁ ଯେତେବେଳେ ଚାଷୀ   ଏହି ଟମାଟୋ ଚାଷ କରିବେ, ସେତେବେଳେ ସେମାନଙ୍କୁ ପ୍ରତ୍ୟେକ ଥର ନୂଆ ବିହନ କିଣିବାକୁ ପଡିବ । ବିଶେଷ କଥା ହେଉଛି ଏହି ଟମାଟୋର ଅଧିକ ମୂଲ୍ୟ ସତ୍ତ୍ବେ ମଧ୍ୟ ଲୋକମାନେ ଏହାକୁ କିଣୁଛନ୍ତି । ଏହି ଟମାଟୋ ସ୍ୱାଦରେ ବହୁତ ଭଲ । ତେଣୁ ଯଦି କେହି ଏହି ଟମାଟୋକୁ ଥରେ ଖାଆନ୍ତି, ତେବେ ସେ ବାରମ୍ବାର ଖାଇବାକୁ ଇଚ୍ଛା କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.