କେଉଁ ଦେଶ ପ୍ରଥମେ ଆରମ୍ଭ କରିଥିଲା ବଜେଟ୍ ପ୍ରଥା? ଭାରତ କେବେ ଆଣିଥିଲା ବଜେଟ୍?

Published By : Prameya-News7 Bureau | January 30, 2025 IST

ନୂଆଦିଲ୍ଲୀ ୩୦/୦୧:  ଫେବ୍ରୁଆରୀ ପହିଲା । ବଜେଟ୍ କାଉଣ୍ଟଡାଉନ୍ । ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୋକସଭାରେ ଉପସ୍ଥାପନ ହେବ ବଜେଟ୍ । ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା । ଏଥିପାଇଁ ଚାଲିଛି ଜୋରଦାର କସରତ । ବଜେଟ୍ ଲୋକାଭିମୁଖୀ ହେବ ବୋଲି ସଭିଁଙ୍କ ଆଶା । 

ଖାସ୍ କରି ମଧ୍ୟବିତ୍ତ ଅନାଇ ରହିଛନ୍ତି ନିର୍ମଳାଙ୍କ ପେଡିକୁ । ଦରଦାମ୍ କମିବା ନେଇ ଘୋଷଣା ହେବ କି? ସୁନା ମୂଲ୍ୟ ବଢିବ ନା କମିବ । କିନ୍ତୁ ବଜେଟରେ କଣ ଘୋଷଣା ହେବ ତାହା ତ ବଜେଟ୍ ଆସିବା ପରେ ସ୍ପଷ୍ଟ ହେବ । ତେବେ ଆପଣ ଜାଣିଛନ୍ତି କି କେଉଁ ଦେଶ ପ୍ରଥମେ ଆରମ୍ଭ କରିଥିଲା ଏହି ବଜେଟ୍ ପ୍ରଥା? ଭାରତ କେବେ ପ୍ରଥମ ଥର ପାଇଁ ଆଣିଥିଲା ବଜେଟ୍? 

ଲାଟିନ୍ ଶବ୍ଦ ‘ବୁଲଗା’ରୁ ଆସିଛି ବଜେଟ୍ । ଫରାସୀ ଭାଷାରେ ଏହାକୁ କୁହାଯାଉଥିଲା ବଗେଟ୍ । ପରେ ଏହା ବ୍ୟବହୃତ ହେଲା ଶବ୍ଦ ଇଂରାଜୀରେ, ଆଉ କୁହାଗଲା ବୋଗାଟ୍ । ପରେ ଏହା ପରିଣତ ହୋଇଗଲା ବଜେଟ୍‌ରେ । ଯେତେବେଳେ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିବା ଦେଶ କଥା ଆସେ ସେତେବେଳେ ସର୍ବ ପ୍ରଥମେ ନାଁ ଆସିଥାଏ ଇଂଲଣ୍ଡର । କାରଣ ବଜେଟ୍ ପ୍ରଥା ପ୍ରଥମେ ଆରମ୍ଭ ହୋଇଥିଲା ଇଂଲଣ୍ଡରୁ । ୧୯୬୦ ମସିହାରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ବଜେଟ୍ ଉପସ୍ଥାପନ କରିବା ଆରମ୍ଭ କରିଥିଲା ଇଂଲଣ୍ଡ । ପରେ ଅନ୍ୟ ଦେଶକୁ ବ୍ୟାପିଥିଲା ଏହି ବଜେଟ୍ ପ୍ରଥା । 


ସ୍ୱାଧୀନତାର ବହୁ ପୂର୍ବରୁ ଭାରତରେ ଆରମ୍ଭ ହୋଇଥିଲା ବଜେଟ୍ । ବ୍ରିଟିଶ ଶାସନ କାଳରେ, ୧୮୫୭ ର ବିଦ୍ରୋହ ପରେ ବ୍ରିଟିଶମାନେ ଦେଶର ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜଣେ ମହାନ ଅର୍ଥନୀତିଜ୍ଞ ଜେମ୍ସ ୱିଲସନଙ୍କୁ ଡାକିଥିଲେ ଭାରତକୁ । ଏପ୍ରିଲ୍ ୭ତାରିଖ ୧୮୬୦ରେ ଭାରତର ପ୍ରଥମ ୟୁନିୟନ୍ ଉପସ୍ଥାପନ କରିଥିଲେ ବଜେଟ୍ । ଦେଶର ସ୍ୱାଧୀନତା ପରେ ତକ୍ରାଳୀନ ଅର୍ଥମନ୍ତ୍ରୀ ଆର.କେ ଷଣମୁଖମ୍ ଚେଟ୍ଟୀ ନଭେମ୍ବର ୨୬, ୧୯୪୭ରେ ସ୍ୱାଧୀନ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । 

ବଜେଟ୍‌ରେ ଅଧିକ ଆଶା ରଖନ୍ତି ଆମ ଦେଶର ମଧ୍ୟବିତ୍ତ । ଦରବୃଦ୍ଧି ଯୁଗରେ, ସେମାନେ ବଜେଟରୁ ବଡ଼ ଆଶ୍ୱସ୍ତି ଆଶା କରୁଛନ୍ତି। ତଥାପି, ପ୍ରତି ଥର ବଜେଟ୍ ସହିତ ସେମାନେ କମ୍ ଖୁସି ସହ  ଅଧିକ ହୁଅନ୍ତି ନିରାଶ । ତେଣୁ, ଏଥର ମଧ୍ୟ ମଧ୍ୟବିତ୍ତ ବର୍ଗ ବହୁତ ଆଶାର ସହିତ ଫେବୃଆରୀ ପହିଲାକୁ ଅପେକ୍ଷା କରିଛନ୍ତି । 

you can also read...

ସୁନୀତା ୱିଲିୟମ୍ସ ଓ ସହଯୋଗୀଙ୍କୁ ଫେରାଇ ଆଣିବାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଯଥାଶୀଘ୍ର କାମ ସାର

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.