ଦେଶରେ ବର୍ଷକୁ ମୁଣ୍ଡ ପିଛା ୧୧କେଜି ପ୍ଲାଷ୍ଟିକ ବ୍ୟବହାର ହେଉଛି,ସବୁ ପିକ୍‌ନିକ୍‌ ସ୍ପଟ ହେବ ପ୍ଲାଷ୍ଟିକ ମୁକ୍ତ

Published By : Prameya-News7 Bureau | June 05, 2025 IST

ଭୁବନେଶ୍ବର ୦୫/୦୬: ଆଜି ବିଶ୍ବ ପରିବେଶ ଦିବସ । ପ୍ରତିବର୍ଷ ଜୁନ ୫ ତାରିଖ ଅର୍ଥାତ ଆଜିର ଦିନରେ ଏହି ଦିବସ ପାଳନ ହୋଇଥାଏ । ଚଳିତ ବର୍ଷର ଥିମ୍‌ ରହିଛି ବିଟ୍‌ ପ୍ଲାଷ୍ଟିକ ପଲ୍ୟୁସନ ।  ବିଶ୍ବର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଉଛି । ପରିବେଶର ଯତ୍ନ ନେବାକୁ ଏହି ଦିବସ ବାର୍ତ୍ତା ଦେଇଥାଏ । ୧୯୭୨ରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି । 


ତେବେ ଭୁବନେଶ୍ବରରେ ବିଶ୍ବ ପରିବେଶ ଦିବସ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତଙ୍କୁ ପରିବେଶର ଯତ୍ନ ନେବାକୁ କହିଛନ୍ତି । ଏସିଏସ୍‌ ସତ୍ୟବ୍ରତ ସାହୁ କହିଛନ୍ତି ପରିବେଶ ସୁରକ୍ଷା ପାଇଁ  ୧୦ ହଜାର ଇକୋ କ୍ଲବ, ୧୬ ହଜାର ବନ ସମିତି କାମ କରୁଛନ୍ତି । ଦେଶରେ ବର୍ଷକୁ ମୁଣ୍ଡ ପିଛା ୧୧ କିଲୋଗ୍ରାମ ପ୍ଲାଷ୍ଟିକ ବ୍ୟବହାର ହେଉଛି । 


ସେହିପରି ଟନ୍‌ ଟନ୍‌ ପ୍ଲାଷ୍ଟିକ ଆମ ନଦୀରେ ମିଶୁଛି । ପ୍ଲାଷ୍ଟିକର ଅବଶେଷ ମଶା ପ୍ରଜନନକୁ ବୃଦ୍ଧି କରୁଛି । ୨ଶହ ପିକନିକ ସ୍ପଟ ପ୍ଲାଷ୍ଟିକ ମୁକ୍ତ ହୋଇଛି । ସବୁ ପିକନିକ ସ୍ପଟ ହେବ ପ୍ଲାଷ୍ଟିକ ମୁକ୍ତ । ପ୍ଲାଷ୍ଟିକର ବହୁଳ ବ୍ୟବହାର କମାଇବା ପାଇଁ କ୍ଳଥ ବ୍ୟାଗ ଭେଣ୍ଡିଂ ମେସିନ ସହରର ପ୍ରମୁଖ ସ୍ଥାନରେ ବସିବ । ସେହିପରି ୧୮୫ ପ୍ରକୃତି ମିତ୍ର, ୨୧୧ ପରିବେଶ ବନ୍ଧୁଙ୍କୁ ସମ୍ମାନିତ କରିଥିବା କହିଛନ୍ତି ଏସିଏସ୍‌ ସତ୍ୟବ୍ରତ ସାହୁ । 

 

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.