LIVE TV

ଜଳୁଛି ବାଂଲାଦେଶ, ହସିନାଙ୍କ ସମର୍ଥକଙ୍କୁ ଦେଖିବା ମାତ୍ରେ ଗୁଳି !

NEWS7
world-economy-will-be-in-a-slump-because-of-the-corona-says-un

ଢାକା, ୧୭|୧୧: ବାଂଲାଦେଶରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ପ୍ରତିଦିନ ହିଂସା ଏବଂ ବିକ୍ଷୋଭ ସେଠାକାର ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣର ନିଷ୍ପତ୍ତି ଆସିବାର ଦିନକ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ବାଂଲାଦେଶେ । ସେଖ ହସିନାଙ୍କ ଆଓ୍ୱାମୀ ଲିଗ୍ ସାରା ଦେଶରେ ବନ୍ଦ ଡାକରା ଦେଇଛି । ଆଗାମୀ ଲିଗ୍ ଉପରେ ୟୁନୁସ୍ ସରକାର ପ୍ରତିବନ୍ଧକ ଲଗାଇଥିଲେ ବି ହାଇ ଆଲର୍ଟରେ ରହିଛି ବାଂଲାଦେଶ ।

ଏସବୁ ଭିତରେ ଆଓ୍ୱାମୀ ଲିଗର କର୍ମୀ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେମାନେ ଦେଶରେ ବିରୋଧକୁ ଜୋରଦାର କରିବେ ବୋଲି କହୁଥିବା ଦେଖିବାକୁ ମିଳିଛି । ଯାହାକୁ ନଜରରେ ରଖି ସାରା ଦେଶରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟ ଦିଗରେ ଢାକାରେ ରବିବାର ସନ୍ଧ୍ୟାରେ କିଛି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା । ୟୁନୁସ ସରକାରଙ୍କ ଜଣେ ପରାମର୍ଶଦାତାଙ୍କ ଘର ଆଗରେ ବୋମା ଫୁଟିଥିଲା । କାରଓ୍ୱା ବଜାରରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ତେବେ ହିଂସାକାଣ୍ଡ ଘଟାଉଥିବା ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଉପରେ ଆକ୍ରମଣ କଲେ ଏନକାଉଣ୍ଟର କରିବାକୁ ମଧ୍ୟ ଉପରୁ ଆଦେଶ ରହିଛି । ତେଣୁ ଢାକାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିବା ପୋଲିସ ମୁଖ୍ୟ ସେଖ ମହମ୍ମଦ ସଜ୍ଜାଦ ଅଲ୍ଲୀ କହିଛନ୍ତି ।