LIVE TV

‘ECଙ୍କୁ ବଦନାମ କରୁଛନ୍ତି ରାହୁଲ ଏବଂ କଂଗ୍ରେସ’: ନିର୍ବାଚନ କମିଶନଙ୍କ ସମର୍ଥନରେ ବାହାରିଲେ ବିଚାରପତି ଏବଂ ଅବସରପ୍ରାପ୍ତ ଅମଲା

NEWS7
world-economic-forum-2023-summit-at-davos-many-indian-leaders-likely-to-participate

ନୂଆଦିଲ୍ଲୀ:ବିହାର ନିର୍ବାଚନ ପୂର୍ବରୁ ଏବଂ ଫଳାଫଳ ପରେବି ନିର୍ବାଚନ କମିଶନଙ୍କ ଉପରେ ଲଗାତାର ହମଲା କରୁଛନ୍ତି ରାହୁଲ ଗାନ୍ଧୀ। ଭୋଟ୍ ଚୋରିର ଅଭିଯୋଗ ଆଣୁଛି କଂଗ୍ରେସ। ରାଜନୀତିର ଛକାପଞ୍ଝା ଭିତରେ ମତଦାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। ଏଭଳି ସ୍ଥିତିର ସାରା ଦେଶରୁ ୨୭୨ ଜଣ ପ୍ରମୁଖ ବ୍ୟକ୍ତି ନିର୍ବାଚନ କମିଶନଙ୍କୁ ସମର୍ଥନ କରି ଏକ ଖୋଲା ଚିଠି ଜାରି କରିଛନ୍ତି। ଏଥିରେ ୧୬ ଜଣ ପୂର୍ବତନ ବିଚାରପତି, ୧୨୩ ଜଣ ଅବସରପ୍ରାପ୍ତ ଅମଲା, ୧୪ ଜଣ ପୂର୍ବତନ ରାଷ୍ଟ୍ରଦୂତ ଏବଂ ୧୩୩ ଜଣ ପୂର୍ବତନ ସାମରିକ ଅଧିକାରୀ ସାମିଲ ଅଛନ୍ତି। ଏହି ଚିଠିରେ କଂଗ୍ରେସ ଏବଂ ବିରୋଧୀ ନେତାମାନେ ଭିତ୍ତିହୀନ ଅଭିଯୋଗ ମାଧ୍ୟମରେ ନିର୍ବାଚନ କମିଶନ ସମେତ ସାମ୍ବିଧାନିକ ପ୍ରତିଷ୍ଠାନର ବିଶ୍ୱସନୀୟତାକୁ ନିରନ୍ତର ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରାଯାଇଛି।

ଚିଠିରେ ଉଲ୍ଲେଖ କରାଯାଇଛି- ଭାରତର ଗଣତନ୍ତ୍ର ଆଜି କୌଣସି ବାହ୍ୟ ଆକ୍ରମଣ ନୁହେଁ, ବରଂ "ବିଷାକ୍ତ ରାଜନୈତିକ ବୟାନବାଜି" ଦ୍ୱାରା ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ "ପ୍ରମାଣ" ଥିବା ଦାବି କରୁଛନ୍ତି, କିନ୍ତୁ କୌଣସି ଆନୁଷ୍ଠାନିକ ଅଭିଯୋଗ କିମ୍ବା ସତ୍ୟ ନୁହେଁ, ଯାହା ପ୍ରମାଣ କରେ ଯେ ଅଭିଯୋଗଗୁଡ଼ିକ କେବଳ ରାଜନୈତିକ ରଣନୀତି, ସତ୍ୟ ନୁହେଁ।

ସେମାନେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି- ଯେତେବେଳେ ବିରୋଧୀ ଦଳଗୁଡ଼ିକ ରାଜ୍ୟରେ ସପକ୍ଷରେ ନିର୍ବାଚନ ଫଳାଫଳ ଆସେ ସେତେବେଳେ ନିର୍ବାଚନ କମିଶନଙ୍କ ସମାଲୋଚନା ଅଦୃଶ୍ୟ ହୋଇଯାଏ। କିନ୍ତୁ ଯେତେବେଳେ ପ୍ରତିକୂଳ ଫଳାଫଳ ଆସେ, ସେତେବେଳେ କମିଶନଙ୍କୁ "ଖଳନାୟକ" ବୋଲି କୁହାଯାଏ। ଏହି ଚୟନମୂଳକ ଆକ୍ରୋଶ ରାଜନୈତିକ ସୁଯୋଗବାଦକୁ ପ୍ରକାଶ କରେ।

ଖୋଲା ଚିଠିରେ ଚେତାବନୀ ଦିଆଯାଇଛି ଯେ ଦେଶର ଭୋଟର ତାଲିକାରୁ ନକଲି ଭୋଟର ଏବଂ ଅଣ-ନାଗରିକମାନଙ୍କୁ ହଟାଇବା ଗଣତନ୍ତ୍ର ପାଇଁ ଅତ୍ୟାବଶ୍ୟକ। ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ ଏବଂ ଜର୍ମାନୀ ଭଳି ଦେଶରୁ ଉଦାହରଣ ଦିଆଯାଇଛି।

EC ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ SIR ପ୍ରକ୍ରିୟାକୁ ସାର୍ବଜନୀନ କରିଛି। କୋର୍ଟ-ନିରୀକ୍ଷଣ ଯାଞ୍ଚ କରିଛନ୍ତି। ନକଲି ଭୋଟରଙ୍କୁ ହଟାଇଛନ୍ତି ଏବଂ ନୂତନ ଯୋଗ୍ୟ ଭୋଟରଙ୍କୁ ଯୋଡିଛି। ନିର୍ବାଚନ କମିଶନକୁ "ବିଜେପିର ବି-ଟିମ୍" ବୋଲି କହିବା ଏକ "ରାଜନୈତିକ ହତାଶା" କାର୍ଯ୍ୟ, ତଥ୍ୟ ଉପରେ ଆଧାରିତ ଅଭିଯୋଗ ନୁହେଁ।

ପ୍ରକାଶଥାଉକି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ EC ଉପରେ ଭୋଟ ଚୋରିର ଅଭିଯୋଗ ଆଣିଥିଲେ। କହିଥିଲେ ଯେ ସେମାନଙ୍କର ତଥ୍ୟ ଏକ "ପରମାଣୁ ବୋମା" ପରି।