"World Cancer Day" ଉପଲକ୍ଷେ ବାଲିରେ ସଚେତନତା

Published By : Prameya-News7 Bureau | February 04, 2025 IST

ଭୁବନେଶ୍ୱର ୦୪/୦୨: ଆଜି ବିଶ୍ୱ କ୍ୟାନ୍ସର ବା କକର୍ଟ ଦିବସ । କର୍କଟ ଏଭଳି ଏକ ରୋଗ ଯାହାକୁ ନେଇ ଆଜି ବି ସାରା ବିଶ୍ଵବାସୀଙ୍କ ମନରେ ଭୟ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଏଭଳି ଦେଖିବାକୁ ମିଳେ କ୍ୟାନ୍ସର କି, ଅନେକ ଲୋକ ଅକାଳରେ ଝଡ଼ିପଡନ୍ତି । ସେହିଭଳି କିଛି ମାମଲାରେ ରୋଗ ଚିହ୍ନଟ ହେବାରେ ବିଳମ୍ଵ କାରଣରୁ ଏହି ରୋଗର ପ୍ରତିକାର ହୋଇପାରିନଥାଏ । 

ତେଣୁ ବିଶ୍ଵରେ ଏହି ରୋଗର ସଚେତନା ସୃଷ୍ଟି ପାଇଁ ତଥା ଲୋକଙ୍କୁ ଏ ରୋଗ ବିଷୟରେ ଜାଣିବା ପାଇଁ ଫେବୃୟାରୀ ୪ ତାରିଖରେ ପାଳନ କରାଯାଏ ବିଶ୍ଵ କର୍କଟ ଦିବସ । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଲୋକଙ୍କୁ କ୍ୟାନ୍ସର ବା କର୍କଟ ରୋଗ କଣ ବୁଝାଇବା । ଏହା କିପରି ହୁଏ ଏବଂ ଏହାର ଲକ୍ଷଣ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥାଏ ।

ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "World Cancer Day" ଉପଲକ୍ଷେ ପୁରୀ ର ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ଟି ୨୦ଫୁଟ ଓସାର ଏବଂ ୭ଫୁଟ ଉଚତା ବିଶିଷ୍ଟ ଅଟେ । ଏ ବର୍ଷ ଥିମ "United By Unique" କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । 

also read..

ବିଶ୍ଵ କର୍କଟ ଦିବସ; ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ, ରୋଗକୁ ଏଡାଇବାକୁ ଆପଣାନ୍ତୁ ସୁସ୍ଥ ଜୀବନଶୈଳୀ

ଏହି ବର୍ଷ କୀମସର ବିଶେଷଜ୍ଞ ମାନେ ମାନସ ସାହୁଙ୍କ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ମାଧ୍ୟ୍ୟମରେରେ ସାରା ବିଶ୍ୱ କୁ କ୍ୟାନ୍ସର ର ସଚେତନତା ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ world cancer day ର ବାର୍ତ୍ତା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.