LIVE TV

ନିଜ ଘରେ ନିଜେ କରାଇଥିଲେ ବୋମାମାଡ଼ ସହ ଫାୟାରିଂ : ଧରାପଡିଲେ ସହଯୋଗୀ, ମାଷ୍ଟରମାଇଣ୍ଡ ଫେରାର

NEWS7
world-bank-chief-ajay-banga-on-india-pakistans-indus-waters-treaty

ଭୁବନେଶ୍ବର ୪୧୧: କମିଶନରେଟ୍ ପୋଲିସ ହାତରେ ଧରାପଡିଲେ ୩ ଅଭିଯୁକ୍ତ । ବୋମାମାଡ଼ ସହ ଗୁଳିମାଡ଼ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତେବେ ଏହା ପଛରେ ମାଷ୍ଟର ମାଇଣ୍ଡ ଆଉ କେହି ଅଛି ବୋଲି ପୋଲିସ ଜାଣିବାକୁ ପାଇଥିଲା । ନିଜ ଘରେ ନିଜେ ବୋମାମାଡ଼ କରିବା ସହ ଫାୟାରିଂ କରାଇଥିଲେ ଘୁଙ୍ଗୁରୁ ମିଶ୍ର । ତେବେ ଘୁଙ୍ଗୁରୁ ମିଶ୍ର ଫେରାର ଥିବା ବେଳେ ସହଯୋଗୀ ୩ ଜଣ ଗିରଫ ହୋଇଛନ୍ତି ।

​​​​​​​

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ଘୁଙ୍ଗୁରୁଙ୍କ ଘର ଆଗରେ ବୋମାମାଡ଼ ଏବଂ ଫାୟାରିଂ ହୋଇଥିବା ନେଇ ଭରତପୁର ଥାନାରେ ଦୁଇଟି ଅଭିଯୋଗ କରିଥିଲେ I ତଦନ୍ତ ବେଳେ ଜଣାପଡିଛି ଯେ, ସେ ନିଜେ ହିଁ ତାଙ୍କ ଘରେ ନିଜେ ଲୋକ ଲଗାଇ ନିଜେ ବୋମାମାଡ଼ ସହ ଫାୟାରିଂ କରିଥିଲେ I ତେବେ ୩ ଅଭିଯୁକ୍ତ ଗିରଫ ହେବା ପରେ, ସବୁକଥା ଗୋଟି ଗୋଟି କରି ପୋଲିସ ଆଗରେ କହିଥିଲେ I ଏହି ଘଟଣାରେ ଘୁଙ୍ଗୁରୁ ମିଶ୍ର ଫେରାର ଥିବା ସହିତ ତାଙ୍କ ସହଯୋଗୀ ମାନେ ଗିରଫ ହୋଇଛନ୍ତି I ଏହି ଘଟଣା ପରେ, ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ଯାହାକୁ ଖାରଜ କରାଯାଇଛି I ସେମାନଙ୍କ ନିକଟରୁ ଏକ ବନ୍ଧୁକ, ଅଟୋ, ମୋଟରସାଇକେଲ ଓ ଗୁଳି ଜବତ କରାଯାଇଛି I ଏ ନେଇ ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।