ଶୁକ୍ରବାର ଠାରୁ କାମରେ ବାଧା ହୋଇଛି, ବେଶୀ କିଛି ଅସୁବିଧା ହେଉନାହିଁ : କ୍ୟାପିଟାଲ ହସ୍ପିଟାଲର ଉପ ଅଧୀକ୍ଷକ

Published By : Prameya-News7 Bureau | September 28, 2024 IST

ଭୁବନେଶ୍ବର ୨୮।୯: ରାଜ୍ୟରେ ନର୍ସିଂ ଅଫିସରଙ୍କ ଧାରଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର ଉପ ଅଧୀକ୍ଷକ ଧନଞ୍ଜୟ ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୨୫-୨୬ ତାରିଖରେ ଆନ୍ଦୋଳନ ସହ କାର୍ଯ୍ୟ ମଧ୍ଯ କରିଥିଲେ l ଶୁକ୍ରବାର ଠାରୁ କାମରେ ବାଧା ହୋଇଛି l ବର୍ତ୍ତମାନ ଆଉଟ୍ ସୋର୍ସିଂ, ଟ୍ରେନି ଓ ଫାର୍ମାସିଷ୍ଟ ମାନଙ୍କ ଦ୍ଵାରା କାମ ଚାଲିଛି । ବେଶୀ କିଛି ଅସୁବିଧା ହେଉନାହିଁ l ଏମରଜେନ୍ସି, ଓଟି, ଆଇସିୟୁ, ଏସ୍‌ଏନ୍‌ସିୟୁ ସେବା ଚାଲିଛି l ସକାଳୁ ୧୨ଟା ସୁଦ୍ଧା ୧୨ ଜଣଙ୍କୁ କାଜୁଆଲଟିରେ ଆଡମିଟ୍ କରାଯାଇଛି l ଅନେକ ଏମରଜେନ୍ସୀ କେସ୍‌କୁ ରେଫର ମଧ୍ୟ କରାଯାଇଛି l 

You Can Read:

ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପିର ପରିବର୍ତ୍ତନ ଯାତ୍ରାରେ ହେବେ ସାମିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.