ଶବ୍ଦରେ ବର୍ଣ୍ଣନା କରି ହେବନି, ହୃଦୟ ବିଦାରକ ଘଟଣା, ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୋଦୀ

Published By : Prameya-News7 Bureau | June 12, 2025 IST

ଅହମ୍ମଦାବାଦ: ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏୟାରପୋର୍ଟରୁ ଟେକଅଫ୍ କରିବାର କିଛି ମିନିଟ୍ ପରେ ବିମାନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୩୦ ଯାତ୍ରୀ ଓ ୧୨ ଜଣ କ୍ରୁ ସଦସ୍ୟ ଥିଲେ। ବିମାନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏହା ଏକ  ହୃଦୟ ବିଦାରକ ଦୁର୍ଘଟଣା ଏବଂ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। ସେ ନିଜ ମନ୍ତ୍ରୀମଣ୍ଡଳ ଓ ଅଧିକାରୀଙ୍କ ଯୋଗାଯୋଗରେ ଅଛନ୍ତି। 

Also read: ଅହମ୍ମଦାବାଦ ଟୁ ଲଣ୍ଡନ...ବ୍ରିଟେନର ୫୩, ପର୍ତ୍ତୁଗାଲର ୭ ଓ କାନାଡ଼ାର ଥିଲେ ଜଣେ ଯାତ୍ରୀ

ପ୍ରଧାନମନ୍ତ୍ରୀ ବିମାନ ଦୁର୍ଘଟଣାକୁ ନେଇ ଏକ୍ସରେ ଲେଖିଛନ୍ତି, ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ମୁଁ ସ୍ତବ୍ଧ ଓ ଦୁଃଖିତ। ଦୁର୍ଘଟଣାମକୁ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଏହି ଦୁଃଖର ସମୟରେ ମୋର ପ୍ରଭାବିତ ପରିବାରଙ୍କ ପ୍ରତି ସମବେଦନା ରହିଛି। ମୁଁ ମନ୍ତ୍ରୀ ଓ ଅଧିକାରୀଙ୍କ ଯୋଗାଯୋଗରେ ରହିଛି। ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଦେବାକୁ କୁହାଯାଇଛି। ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ପ୍ରଧାନମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କ ସହ ଆଲୋଚନା କରିଛନ୍ତି। 

ସୂଚନା ଅନୁଯାୟୀ, ବିମାନରେ ବ୍ରିଟେନର ୫୩, ପର୍ତ୍ତୁଗାଲର ୭ ଓ କାନାଡ଼ାର ଜଣେ ଯାତ୍ରୀ ଥିଲେ। ବାକି ସବୁ ଯାତ୍ରୀ ଭାରତୀୟ ନାଗରିକ ଥିଲେ। ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ନାଁ ସମେତ ତାଲିକା ମଧ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଭାରତର ମୋଟ୍ ୧୬୯ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ୫୦ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ମୃତଦେହର ଚିହ୍ନଟ ହୋଇ ପାରିନି।  

୧.୩୮ ମିନିଟରେ ଏୟାର ଇଣ୍ଡିଆର ବିମାନ AI171 ଲଣ୍ଡନ ଅଭିମୁଖେ ଯାତ୍ରା ପାଇଁ ଟେକ୍ ଅଫ୍ କରିଥିଲା। ହେଲେ ଏହାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦ ବିମାନ ବନ୍ଦର ନିକଟସ୍ଥ ମେଘାନନଗର ଅଞ୍ଚଳରେ ବିମାନ ଖସି ପଡି ଏକ ମେଡିକାଲ୍ କୋଠାରେ ଧକ୍କା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.