ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କ ବଡ ଆକ୍ସନ୍, ଭେନେଜୁଏଲାରେ ପହଁଚି ପାରିବନି କୌଣସି ତେଲ ଟ୍ୟାଙ୍କର

NEWS7
wood-patna-news-today

ନୂଆଦିଲ୍ଲୀ, ୧୭/୧୨:ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବିଚାଦ ବଢିବାରେ ଲାଗିଛି । ଭେନେଜୁଏଲାସହସମ୍ମୁଖ ଯୁଦ୍ଧ ନକଲେ ବି ଗୋଟିଏ ପରେ ଗୋଟିଏ ଚାପ ପକାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । କୌଣସି ଗୋଟିଏ ବି ତୈଳ ଟ୍ୟାଙ୍କରରୁ ଭେନେଜୁଏଲାକୁ ପ୍ରବେଶ କିମ୍ବା ବାହାରକୁ ବାହାରିବା ପାଇଁ ଦିଆଯିବ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି ।

ନିଜ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥରେ ୟୁଏସ ପ୍ରେସିଡେଣ୍ଟ ଲେଖିଛନ୍ତି ଯେ, ଭେନେଜୁଏଲାକୁ ଆସୁଥିବା ତୈଳ ଟ୍ୟାଙ୍କର ଉପରେ ନଜର ରହିଛି । ତୈଳରୁ ମିଳୁଥିବା ଟଙ୍କାକୁ ନିକୋଲାସ ମାଦୁରୋ ନିଜ ସରକାର ବଞ୍ଚାଇବାରେ ବ୍ୟବହାର କରୁଛନ୍ତି । ଭେନେଜୁଏଲା ପକ୍ଷରୁ ଜାତିସଙ୍ଘର ସୁରକ୍ଷା ପରିଷଦରେ ଆମେରିକା ବିରୋଧରେ ଅଭିଯୋଗ ପରେ ଏପରି ପଦକ୍ଷେନେଇଛନ୍ତି ଟ୍ରମ୍ପ୍ ।

ୟୁଏସ ପ୍ରେସିଡେଣ୍ଟ୍ ଆହୁରି କହିଛନ୍ତି ଯେ, ସେ ଭେନେଜୁଏଲାକୁ ଯାଉଥିବା କିମ୍ବା ଆସୁଥିବା ସମସ୍ତ ତୈଳ ଚ୍ୟାଙ୍କର ଉପରେ ରୋକ୍ ଲାଗିଛି । ମାଦୁରୋ ସରକାର ଚୋରା ତୈଳ କାରବାର କରୁଛନ୍ତି । ଏହାଦ୍ୱାରା ସେ ନିଜ ସରକାରକୁ ସୁରକ୍ଷା ଦେଉଛନ୍ତି । ତୈଳରୁ ମିଳୁଥିବା ଟଙ୍କାରେ ନିଶା କାରବାର, ଆତଙ୍କବାଦ, ମାନବ ଚାଲାଣ, ହତ୍ୟା ଏବଂ ଅପହରଣ ଭଳି କାମ ହେଉଛି ।

ତେବେ ଟ୍ରମ୍ପଙ୍କ ବୟାନ କାରାକସକୁ ସବୁ ଦିଗରୁ ଚାପ ପକାଇବା ଭଳି କୁହାଯାଉଛି । ଗତ କିଛି ଦିନ ହେଲା କାରବିୟାନ ଅଞ୍ଚଳରେ ୟୁଏସ ନିଜର ସୈନ୍ୟଶକ୍ତି ବଢାଇ ଚାଲିଛି । ଲଗାତାର ଭାବେ ସମୁଦ୍ରରେ ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ସମୁଦ୍ରରେ ଯୁଦ୍ଧବିମାନ ବାହକ ଜାହାଜ ସହ କିଛି ବୁଡା ଜାହାଜକୁ ମୁତୟନ କରାଯାଇଛି ।

ଗତ ସେପ୍ଟେମ୍ବରରୁ ଏବେସୁଦ୍ଧା ସମୁଦ୍ରରେ ନିଶା କାରବାର ଅଭିଯୋଗରେ ଆମେରିକା ପ୍ରାୟ୯୦ସନ୍ଦିଗ୍ଧ ନିଶା କାରବାରୀଙ୍କୁ ନିପାତ କରିଛି । ଗତ ସପ୍ତାହରେ ଭେନେଜୁଏଲା ଉପକୂଳରୁ ଏକ ତୈଳ ଟ୍ୟାଙ୍କରରୁ ୟୁଏସ ସେନା ସିଜ୍ କରିଥିଲା । ୟୁଏସର ନାଲିଆଖିକୁ ଖାତିର ନକରି ଚୋରାରେ ଭେନେଜୁଏଲା ତୈଳ କିଣୁଥିବା ଅଭିଯୋଗ ହୋଇଥିଲା ।