କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି, ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ

NEWS7
women-worker-and-men-worker-quarell

ଭୁବନେଶ୍ୱର ୦୬/୦୩: ବଦଳିଲେ ଏକାଧିକ ରାଜ୍ୟପାଳ । ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳଙ୍କ ବଦଳି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦିଲ୍ଲୀର LG ଭୀନିତ ସକ୍ସେନା ହେଲେ ଲଦାଖର LG । ଦିଲ୍ଳୀର LG ଭାବେ ତରଣଜିତ ସିଂ ସାନ୍ଧୁଙ୍କୁ ନିଯୁକ୍ତି । ଶିବ ପ୍ରତାପ ଶୁକ୍ଳା ହେଲେ ତେଲଙ୍ଗାନା ରାଜ୍ୟପାଳ ।

ଜିଷ୍ଣୁ ଦେବ ବର୍ମାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଦାୟିତ୍ୱ । ନାଗାଲାଣ୍ଡର ରାଜ୍ୟପାଳ ଭାବେ ନନ୍ଦ କିଶୋର ଯାଦବଙ୍କୁ ଦାୟିତ୍ୱ । ସୟଦ ଆତା ହସନେନ ହେଲେ ବିହାର ରାଜ୍ୟପାଳ । ତାମିଲନାଡୁ ରାଜ୍ୟପାଳ ଆର ଏନ ରବି ହେଲେ ବେଙ୍ଗଲ ରାଜ୍ୟପାଳ । କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ହେଲେ ତାମିଲନାଡ଼ୁ ରାଜ୍ୟପାଳ । ଲଦାଖ LT କବୀନ୍ଦ୍ର ସିଂ ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ ।

ସୂଚନା ଥାଉକି, ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୁରୁବାର ନୂଆ ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ମାସକ ପୂର୍ବରୁ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବୋଷ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି । ତାମିଲନାଡ଼ୁ ରାଜ୍ୟପାଳ ଆର୍.ଏନ୍ ରବିଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ କରାଯାଇଛି ।

ହିମାଚଳ ପ୍ରଦେଶ ରାଜ୍ୟପାଳ ଶିବପ୍ରତାପ ଶୁକ୍ଳାଙ୍କୁ ତେଲଙ୍ଗାନା ରାଜ୍ୟପାଳ କରାଯାଇଛି । ତେଲଙ୍ଗାନାର ଜିଷ୍ଣୁ ଦେବ ବର୍ମାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଦାୟିତ୍ୱ ମିଳିଛି । ବିହାରର ପୂର୍ବତନ ମନ୍ତ୍ରୀ ନନ୍ଦକିଶୋର ଯାଦବ ନାଗାଲାଣ୍ଡ ରାଜ୍ୟପାଳ ହୋଇଛନ୍ତି । ବିହାର ରାଜ୍ୟପାଳ ଭାବେ ଲେଫ୍ଟନାଣ୍ଟ ଜେନେରାଲ ସୟଦ୍ ଅତା ହସନେନ୍ ନିଯୁକ୍ତି ପାଇଛନ୍ତି । କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଲଦାଖର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା କବିନ୍ଦର ଗୁପ୍ତା ହିମାଚଳ ପ୍ରଦେଶ ରାଜ୍ୟପାଳ ହୋଇଛନ୍ତି ।

ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କୁ ଲଦାଖ ଉପ-ରାଜ୍ୟପାଳ କରାଯାଇଛି । ଆମେରିକାରେ ଥିବା ଭାରତର ପୂର୍ବତନ ରାଷ୍ଟ୍ରଦୂତ ତରନଜିତ୍ ସିଂ ସାନ୍ଧୁଙ୍କୁ ଦିଲ୍ଲୀ ଉପରାଜ୍ୟପାଳ ନିଯୁକ୍ତି ମିଳିଛି । ଅନ୍ୟପକ୍ଷରେ ବୋଷଙ୍କ ଇସ୍ତଫାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ମମତା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଚାନକ ତାଙ୍କୁ ସୂଚନା ଦେଇଥିଲେ ଯେ, ଆର୍.ଏନ୍ ରବିଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଉଛି । କିନ୍ତୁ ଶାହ ତାଙ୍କ ମତାମତ ନେଇନାହାନ୍ତି । ଏହା କେନ୍ଦ୍ର ସରକାରଙ୍କ ଏକତରଫା ନିଷ୍ପତ୍ତି ।