ସମ୍ବଲପୁର ୧୦।୦୮ : ମହାନଦୀ ଡେଇଁଲେ ଆଉ ଜଣେ ମହିଳା । ସମ୍ବଲପୁର ଚାଉଁରପୁର ବ୍ରିଜ୍ ଉପରୁ ମହିଳା ଜଣଙ୍କ ମହାନଦୀକୁ ଡେଇଁ ନିଖୋଜ ଥିବା ସୂଚନା ମିଳିଛି । ଯାହାପରେ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ରବିବାର ଦିନ ସମ୍ବଲପୁର ଚାଉଁରପୁର ବ୍ରିଜରେ ଦେଖିବାକୁ ମିଳିଥିଲା ଏକ ଅଘଟଣ । ଜଣେ ମହିଳା ବ୍ରିଜ୍ ଉପରୁ ହଠାତ ମହାନଦୀକୁ ଡେଇଁ ପଡିଥିଲେ । ତେବେ କେଉଁ କାରଣ ପାଇଁ ମହିଳା ଜଣଙ୍କ ମହାନଦୀକୁ ଡେଇଁଲେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ସେପଟେ ମହିଳା ଜଣଙ୍କ ମହାନଦୀକୁ ଡେଇଁବା ପରେ ବ୍ରିଜ୍ ଉପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି । ବାକି ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ତୁରନ୍ତ ଖବର ଦିଆଯାଇଥିଲା । ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଯାଏଁ ନିଖୋଜ ମହିଳାଙ୍କର କୌଣସି ପତ୍ତା ମିଳିନାହିଁ । ତେବେ ମହାନଦୀକୁ ଡେଇଁ ନିଖୋଜ ଥିବା ମହିଳା ଜଣଙ୍କୁ ସମ୍ବଲପୁର ସୁନାପାଲି ଅଞ୍ଚଳର ବୋଲି ଜଣାପଡିଛି ।