କୁମ୍ଭୀର ମୁହଁରୁ ସାଥୀକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ମାଙ୍କଡ଼ପଲ

NEWS7
women-gheraoed-collector-office-in-subernapur

କେନ୍ଦ୍ରାପଡ଼ା: ଯେଉଁଠି ମଣିଷ ବିପଦ ବେଳାରେ ମଣିଷର ହାତ ଛାଡ଼ି ଦେଉଛି ସେଠି ମାଙ୍କଡ଼ ମାନେ କିନ୍ତୁ ନିଜର ଏକତା ଦେଖାଇଛନ୍ତି l କୁମ୍ଭୀର ମୁହଁରୁ ନିଜ ସାଥୀକୁ ବଞ୍ଚାଇବା ପାଇଁ ମାଙ୍କଡ଼ ପଲ ନଦୀକୁ ଡେଇଁ ପଡ଼ିଛନ୍ତି l ଏମିତି ଏକ ହୃଦୟ ଥରାଇ ଦେବା ଭଳି ଦୃଶ୍ୟ ଆସିଛି କେନ୍ଦ୍ରାପଡା ମହାକାଳପଡ଼ା ଅଞ୍ଚଳରୁl

ମହାକାଳପଡ଼ା ବ୍ଲକ୍ ମହାନଦୀର ଏକ ଶାଖା ଖରିନାସୀ ନାଳରେ ଏକ କୁମ୍ଭୀର ଗୋଟେ ମାଙ୍କଡ଼କୁ ଝାମ୍ପି ନେଇ ନଦୀ ଭିତରକୁ ପକାଇଥିଲା l ଏହା ଦେଖି ଅନ୍ୟ ମାଙ୍କଡ଼ ମାନେ ନଦୀକୁ ଡେଇଁ ପଡିଥିଲେ l ନିଜ ସାଥୀକୁ ବଞ୍ଚାଇବା ପାଇଁ ପାଣିରେ ପଶି ଆର ପଟକୁ ପହଁରି ପହଁରି ଯାଇଥିଲେ l ଯଦିଓ କୁମ୍ଭିର ମୁହଁରୁ ତାଙ୍କ ସାଥି ମାଙ୍କଡ଼କୁ ରକ୍ଷା କରି ପାରି ନଥିଲେ ତଥାପି ନିଜ ଭିତରେ ଏକତା ଓ ଭାଇଚାରା ଦେଖାଇଥିଲେ ସେମାନେ l

ସ୍ଥାନୀୟ ଅଞ୍ଚଳର କେହି ଜଣେ ବ୍ୟକ୍ତି ଏହି ଘଟଣାକୁ ନିଜ ନିଜ ମୋବାଇଲରେ ରେକର୍ଡ କରିଥିଲେ l ତେବେ ମହାକାଳପଡ଼ାର ରାମନଗର, ବଉଳକଣୀ, ସୁନୀତି, କଂସାର, ପେଟଛେଲା, ଏକଲପୁର, ବିଜୟନଗର, ଚଣ୍ଡିଆପଲି, ବାଙ୍କୀଛନ୍ଧା, ଓରତ ପ୍ରଭୃତି ଅଞ୍ଚଳର ସମସ୍ତ ନଦୀ ନାଳରେ ପଲ ପଲ କୁମ୍ଭୀର ବସବାସ କରୁଛନ୍ତି l ଅନେକ ସମୟରେ ସେମାନେ ସ୍ଥଳଚର ଜୀବଜନ୍ତୁଙ୍କ ଶିକାର କରୁଛନ୍ତି l