ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ, ଟସ୍ ନେବ ନିର୍ଣ୍ଣାୟକ ଭୂମିକା

NEWS7
women-deadbody-found-keounjhar-patna

ବିଶାଖାପଟ୍ଟନମ୍ ୦୬/୧୨: ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ । ୧-୧ରେ ସିରିଜ ବରାବର ରହିଛି । ଭାରତୀୟ ଦଳକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଉଛି । ୨-୦ରେ ଟେଷ୍ଟ ସିରିଜ ମୂଳପୋଛ କରିସାରିଥିବା ଦକ୍ଷିଣ ଆଫ୍ରିକା ଦଳ ଉକ୍ତ ମ୍ୟାଚ୍ ଜିତିଲେ ଐତିହାସିକ ସଫଳତା ଅର୍ଜନ କରିବ ।

ଶେଷ ଥର ପାଇଁ ପାକିସ୍ତାନ ଦଳ ୧୯୮୬/୮୭ରେ ଭାରତ ଗସ୍ତରେ ଆସି ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ଜିତିଥିଲା ।ଭାରତୀୟ ଦଳ ପାଇଁ ସମ୍ମାନ ବଞ୍ଚାଇବାର ସମୟ । ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଦଳଗତ ପ୍ରଦର୍ଶନ ଜରୁରି । ତେଣୁ ଭାରତୀୟ ଦଳ ସବୁ ଶକ୍ତି ଖଟାଇ ବିଜୟ ପାଇଁ ପ୍ରୟାସ କରିବ। ଫଳରେ ବିଶାଖାପଟ୍ଟନମ୍ରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଭାରତୀୟ ଦଳ ଦିନିକିଆରେ କ୍ରମାନ୍ୱୟରେ ୨୦ଥର ଟସ୍ ହାରି ସାରିଲାଣି । ଶେଷ ଥର ପାଇଁ ଗତ ୨୦୨୩ ବିଶ୍ୱକପ ସେମି ଫାଇନାଲ୍ରେ ଭାରତ ଟସ୍ ଜିତିଥିଲା । ଭାରତୀୟ ଜଳବାୟୁରେ ଟସ୍ ସର୍ବଦା ପ୍ରଭାବ ପକାଇଥାଏ । ଦିବା-ରାତ୍ର ମ୍ୟାଚ୍ ସାଙ୍ଗକୁ ବଲ୍ ନିୟମରେ ପରିବର୍ତ୍ତନ ଟସ୍ ହାରୁଥିବା ଭାରତୀୟ ଦଳକୁ ଚିନ୍ତାରେ ପକାଇ ଦେଇଛି ।