LIVE TV

'ଅପରେସନ ସିନ୍ଦୂରରେ କିଛି ଲାଭ ହେଲାନି' ; ଫାରୁକ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ

NEWS7
women-deadbody-found-in-house-in-gunupur

ନୂଆଦିଲ୍ଲୀ, ୧୬|୧୧: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନେଇଥିଲା ପ୍ରତିଶୋଧ । ଅପରେସନ ସିନ୍ଦୂରରେ ପାକିସ୍ତାନ ଉପରେ କରିଥିଲା ମିସାଇଲ୍ ଆଟାକ୍ । ଧ୍ବଂସ ବିଧ୍ୱସ୍ତ ହୋଇଯାଇଥିଲା ଆତଙ୍କବାଦୀଙ୍କ କ୍ୟାମ୍ପ୍ । ଅନେକ ସେଫ୍ ହାଉସକୁ ନଷ୍ଟ କରିଥିଲା ଭାରତୀୟ ସେନା । ଯାହାକୁ ଦେଶବାସୀ ଖୁବ୍ ପ୍ରଶଂସା କରିଥିଲେ । କିନ୍ତୁ ଭାରତ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି ଜମ୍ମୁ-କାଶ୍ମୀରର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲ୍ଲା । ଏପରିକି ବିବାଦୀୟ ବୟାନ ମଧ୍ୟ ଦେଇଛନ୍ତି ।

ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସର ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କ ପିତା ଫାରୁକ କହିଛନ୍ତି ଯେ, ଅନେକ ଡାକ୍ତର ଆତଙ୍କବାଦୀ ଗତିବିଧିରେ ସାମିଲ ଅଛନ୍ତି । ଏହାର କାରଣ ଖୋଜିବା ଦରକାର । ଯେଉଁମାନେ ଘଟଣା ପାଇଁ ଦାୟୀ ସେମାନଙ୍କୁ ପ୍ରଶ୍ନ ପଚରାଯିବା ଦରକାର । ଏଦିଗରେ ପୁଙ୍ଖାନୁଫୁଙ୍ଖ ତଦନ୍ତ କରିବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ଆଉ ଏକ ଅପରେସନ ସିନ୍ଦୂର କରିପାରେ । କିନ୍ତୁ ଏହା ନହେବା ଦରକାର । ଏଥିରେ କିଛି ଲାଭ ମିଳିନି । ୧୮ ଜଣ ବ୍ୟକ୍ତି ଏଥିରେ ପ୍ରାଣ ହରାଇଥିଲେ । ଆମ ଦେଶର ସୀମା ସହ ସାଲିସ କରାଗଲା । ତେବେ ଉଭୟ ଭାରତ ଏବା ପାକିସ୍ତାନ ସମ୍ପର୍କରେ ସୁଧାର ଆସିବା ଦରକାର । ଏହା ହିଁ ସମାଧାନର ଏକମାତ୍ର ରାସ୍ତା ।

ଆହୁରି ମଧ୍ୟ ଫାରୁକ କହିଛନ୍ତି ଯେ, ଅଟଳ ବିହାର ବାଜପେୟୀଙ୍କ ବନ୍ଧୁ ବଦଳିପାରେ କିନ୍ତୁ ପଡୋଶୀ ବଦଳିବେ ନାହିଁ ବୋଲି କହିଥିଲେ । ପାକିସ୍ତାନ ସହ ଭଲ ସମ୍ପର୍କ ପ୍ରତିଷ୍ଠା କରିଥିଲେ । କିନ୍ତୁ ପାକିସ୍ତାନ କାର୍ଗିଲ ଯୁଦ୍ଧ କରି ତାଙ୍କୁ ଧୋକା ଦେଇଥିଲା । ଏହାସହ ପୋଲିସ ଷ୍ଟେସନରେ ଏତେ ପରିମାଣରେ ବିସ୍ଫୋରକ ସାମଗ୍ରୀ ରଖିବା ଘଟଣାକୁ ସେ କଟାକ୍ଷ କରିଛନ୍ତି ।