LIVE TV
LIVE TV

ବିଧାୟକ ଲକ୍ଷ୍ମଣ ବାଗ୍‌କୁ ହତ୍ୟା ଧମକ, ଜିଆରପି ଥାନାରେ ଏତଲା

NEWS7
women-block-road-opposing-liquor-outlets-in-kendrapara

କଣ୍ଟାବାଞ୍ଜି ୦୪/୧୨: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗକୁ ହତ୍ୟା ଧମକ । ବୁଧବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଜିଆରପି ପୋଲିସ ଷ୍ଟେସନରେ ଏତଲା ଦେଲେ ବିଧାୟକ । ଟ୍ରେନ୍‌ରେ ଯିବାବେଳେ ତାଙ୍କୁ ଏହି ଧମକ ଦିଆଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ସେ ପୋଲିସର ଆଶ୍ରୟ ନେଇଛନ୍ତି । ସେପଟେ ଜିଆରପି ପୋଲିସ ଘଟଣାର ଛାନଭିନ୍ କରୁଛି ।

ସୂଚନା ଥାଉକି, ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯାଉଥିଲେ । ତେବେ ଏହି ସମୟରେ ଲିଙ୍କ୍ ଏକ୍ସପ୍ରେସରେ ବେଆଇନ ଭାବେ ଦାଦନ ଯାଉଥିବା ବେଳେ ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରିଥିଲେ । ହେଲେ ଏହାର ଉତ୍ତର ଦେବା ପରିବର୍ତ୍ତେ, କାଉନସିଲର ବଣ୍ଟି ଖାନ, ବଣ୍ଟି ବେହେରା ସହ ୬ ରୁ ଅଧିକ ଲୋକ ବିଧାୟକ ଲକ୍ଷ୍ମଣ ବାଗକୁ ଦୁର୍ବ୍ୟବହାର ଦେବା ସହ ହତ୍ୟା ଧମକ ଦେଇଥିଲେ । ଯେଉଁଥିପାଇଁ ସେ ପୋଲିସର ସାହାରା ନେଇଛନ୍ତି ।