LIVE TV
LIVE TV

ବିଶ୍ୱ ଦେଖିଲା ଓଡ଼ିଆ ଝିଅଙ୍କ କମାଲ ; ୪ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ

NEWS7
women-block-road-for-drinking-water-in-chhatrapur

ଭୁବନେଶ୍ୱର : ବିଶ୍ୱ ଦେଖିଲା ଓଡ଼ିଆ ଝିଅଙ୍କ କମାଲ । ଓଡ଼ିଶାରେ ସୁନା ଝିଅଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା। ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-ଟ୍ବେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆର ମଙ୍ଗ ଧରିଥିଲେ ୪ ଓଡ଼ିଆ । ଫୁଲ ସାରେନ୍, ବାସନ୍ତୀ ହାଁସଦା, ଯମୁନାରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି । ଏହି ୪ ଚାମ୍ପିଅନ୍ ସୋମବାର ଓଡ଼ିଶା ଫେରିବା ପରେ ମଙ୍ଗଳବାର ସେମାନଙ୍କୁ ଶିକ୍ଷା ଓ ଅନୁସନ୍ଧାନ ସୋଆ ପକ୍ଷରୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିଥିଲେ ଏହି ୪ ଚାମ୍ପିଅନ୍ । ସେମାନଙ୍କ ସହ ଥିଲେ ମେଣ୍ଟର ଜାଫର ଇକବାଲ୍ । ୪ ସୁନା ଝିଅଙ୍କ ସହ ସେମାନଙ୍କ ମେଣ୍ଟରଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରତ୍ୟେକଙ୍କୁ ପୁରସ୍କାର ସ୍ବରୂପ ୫୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ସୋଆ ସଭାପତି । ସୋଆ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ବେଶ୍ ଖୁସି ବ୍ୟକ୍ତ କରିଥିଲେ ମେଣ୍ଟର ଜାଫର ଇକବାଲ୍ ।

 

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କର ପ୍ରେରଣାଦାୟୀ ପରାମର୍ଶ ୪ ଚାମ୍ପିଅନଙ୍କୁ ଉତ୍ସାହିତ କରିଥିଲା । ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟି-ଟ୍ୱେଣ୍ଟି ବିଶ୍ୱକପରେ ପ୍ରଥମେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ କରିବାର ସୌଭାଗ୍ୟ ଓ ପରିବର୍ତ୍ତୀ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧନା ଏବଂ ଏବେ ସୋଆ ସଭାପତିଙ୍କ ଠାରୁ ମିଳିଥିବା ସ୍ନେହ ଓ ଆଦର ୪ ଓଡ଼ିଆ ଖେଳାଳି ଓ ସେମାନଙ୍କ ମେଣ୍ଟରଙ୍କୁ ଅଭିଭୁତ କରିଛି । ଏଥିପାଇଁ ସେମାନେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡ଼ିଶାର ଲୋକପ୍ରିୟ ନ୍ୟୁଜ୍ ଚାନେଲ୍ ନ୍ୟୁଜ୍ 7ରେ ପ୍ରସାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ବେଳେ ଅଗଣିତ ଦର୍ଶକଙ୍କ ଆଗରେ ବିଶ୍ୱକପ୍ ରେ ନିଜର ଅଭୁଲା ଅନୁଭୂତିକୁ ବଖାଣିଥିଲେ ଏହି ବିଶ୍ବ ବିଜୟିନୀମାନେ ।