ଦେବଦେବଙ୍କ ଭସ୍ମଆଳତୀ ଦର୍ଶନ ସାରି ଫେରୁଥିଲେ, ଏକ୍ସପ୍ରେସୱେରେ ଦୁର୍ଘଟଣାରେ ଗଲା ୪ ଜୀବନ

NEWS7
woman-suspected-of-gang-raping-in-salepur-police-question-two-people--

ମଧ୍ୟପ୍ରେଦଶ ୨୭/୦୧: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ସହ କାର ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ କହିବା ମୁତାବକ, କାରରେ ଥିବା ଲୋକମାନେ ମହାକାଳ ମନ୍ଦିର ଦର୍ଶନ କରି ଉଜ୍ଜୈନରୁ ନୋଏଡା ଫେରୁଥିଲେ । ପାପଡା ଓ ନାଙ୍ଗଲ ରାଜାୱତନ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଏକ୍ସପ୍ରେସୱେର ଚେନେଜ୍ ୧୯୪ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ କହିଛି ଯେ ତଦନ୍ତରୁ ଜଣାପଡିଛି ଯେ ହରିୟାଣା ପଞ୍ଜିକରଣ ନମ୍ବର ଥିବା ଏକ କାରରେ ପାଞ୍ଚ ଜଣ ଥିଲେ । ସେମାନେ ଉଜ୍ଜୈନର ମହାକାଳ ମନ୍ଦିର ଦର୍ଶନ କରି ନୋଏଡା ଫେରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା କାରଟି ଏକ ଅଜଣା ଗାଡି ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏକମାତ୍ର ଆହତ ବ୍ୟକ୍ତି ପୋଲିସକୁ କହିଛନ୍ତି ଯେ ଦୁର୍ଘଟଣା ପରେ, ଟ୍ରକ୍ ଡ୍ରାଇଭର କାରକୁ ଅନେକ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା । ଯାହା ପରିସ୍ଥିତିକୁ ଆହୁରି ଖରାପ କରିଥିଲା ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପାପଡା ଏବଂ ନାଙ୍ଗଲ ରାଜାୱତନ ପୋଲିସ ଷ୍ଟେସନର ପୋଲିସ ତୁରନ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତକମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ଭାବରେ ଚିହ୍ନଟ କରାଯାଇ ନାହିଁ । କିନ୍ତୁ ସେମାନେ ହରିୟାଣାର ବାସିନ୍ଦା ବୋଲି ଅନୁମାନ କରାଯାଉଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।