ଚୌଦ୍ବାର: ଘରେ ପଶି ମହିଳାଙ୍କୁ ଛୁରାମାଡ଼ । ବେକରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଲା ପୋଳିସ । ଚୌଦ୍ବାର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘଟିଛି ଏହି ଘଟଣା । ଆହତ ମହିଳାଙ୍କ ନାଁ ସୁପ୍ରିୟା ସାହୁ ।
ସୂଚନା ଅନୁଯାୟୀ, କିଛି ଦିନ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ରବିବାର ଘରେ ଏକାକୀ ଥିବା ସମୟରେ ଦୁଇ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳାଙ୍କ ଶ୍ବଶୂର ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ଦୁର୍ବୃତ୍ତ ଦୁଇ ଜଣ ଏକ ସ୍କୁଟିରେ ଆସିଥିବା କୁହାଯାଉଥିବାବେଳେ ସେମାନେ କିଏ ଓ କ’ଣ ପାଇଁ ମହିଳାଙ୍କୁ ଏଭଳି ଆକ୍ରମଣ କଲେ ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ ।