ନୂଆଦିଲ୍ଲୀ: ପୂର୍ବ ବେଙ୍ଗାଲୁରୁରେ ପୁଣି ଜଣେ ସଫ୍ଟୱେୟାର ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ଏଥର କିନ୍ତୁ ଘଟଣା ସମ୍ପୂର୍ଣ୍ଣ ଓଲଟା। ଜଣେ ୨୫ ବର୍ଷିୟା ମହିଳା ସଫ୍ଟୱୟାର ଇଞ୍ଜିନିୟର ତାଙ୍କ ମଉସାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ସେହି ମଉସା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେବାରୁ ମହିଳା ଇଞ୍ଜିନିୟର ଜାନୁଆରୀ ୧୨ ତାରିଖରେ ଆତ୍ମହତ୍ୟା କରିଛନ୍ତି। ଏକ ହୋଟେଲ୍ ରୁମରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ମହିଳା ଇଞ୍ଜିନିୟର।
ମିଳିଥିବା ସୂଚନା ଅନୁସାରେ, ମହିଳା ସଫ୍ଟୱୟାର ଇଞ୍ଜିନିୟର ଘରୋଇ କମ୍ପାନୀରେ ଚାକିରି କରିଥିବା ତାଙ୍କ ମଉସା ପ୍ରବୀଣ ସିଂହଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଆଉ ପ୍ରବୀଣ ଏହାର ସମସ୍ତ ଫଟୋ ଓ ଭିଡିଓ ରେକର୍ଡ କରି ପେନ୍ଡ୍ରାଇଭ୍ ଓ ମୋବାଇଲ୍ ଫୋନ୍ରେ ରଖିଥିଲା। ଏହି ଫଟୋ ଓ ଭିଡିଓକୁ ଦେଖାଇ ସେ ଅନେକ ସମୟରେ ତାଙ୍କୁ ବ୍ଲାକ୍ମେଲ୍ କରିଥିଲେ। ସେ ଯେତେବେଳେ ଚାହିଁବେ ତାଙ୍କ ଇଚ୍ଛା ପୂରଣ କରିବେ ନହେଲେ ଫଟୋ ଓ ଭିଡିଓ ଭାଇରାଲ୍ କରିଦେବେ ବୋଲି ଝିଆରୀକୁ ଧମକ ଦେଉଥିଲେ ପ୍ରବୀଣ।
କର୍ଣ୍ଣାଟକର କେଆର୍ ପୁରମରେ ଏକ ଆପାର୍ଟମେଣ୍ଟରେ ମାଉସୀ ଓ ମଉସା ପ୍ରବୀଣଙ୍କ ସହ ରହୁଥିଲେ ମହିଳା ସଫ୍ଟୱୟାର ଇଞ୍ଜିନିୟର। ସମୟ ବିତିବା ସହିତ ମଉସାଙ୍କ ସହିତ ସଫ୍ଟଓୟାର ଇଞ୍ଜିନିୟର ଝିଆରୀଙ୍କର ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ପରସ୍ପର ବୁଲିବାକୁ ଯାଉଥିଲେ। ସପିଂ କରୁଥିଲେ। ହେଲେ ମହିଳା ଜଣଙ୍କର ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହିତ ନିକଟତା ବଢ଼ିବାରୁ ସେ ପ୍ରବୀଣଙ୍କ ଠାରୁ ଦୂରତା ରଖୁଥିଲେ।
ହ୍ୱାଟ୍ସଆପ୍ ଚାଟ୍ରୁ ଝିଆରୀ ବିଷୟରେ ଜାଣିବା ପରେ ରାଗି ଯାଇଥିଲା ପ୍ରବୀଣ। ଏବଂ ବାରମ୍ବାର ଫଟୋ ଓ ଭିଡିଓ ଇଣ୍ଟରନେଟ୍ରେ ଛାଡ଼ି ଦେବ ବୋଲି ଧମକ ଦେଉଥିଲା। ଏବଂ ଝିଆରୀକୁ ହୋଟେଲ ରୁମରେ ଭେଟିବାକୁ ବାରମ୍ବାର ଧମକାଉଥିଲେ। ସବୁବେଳେ ଏଭଳି ଧକମ ଚମକ ଓ ବ୍ଲାକ୍ମେଲ୍କୁ ସାମ୍ନା କରି ନପାରି ମହିଳା ଜଣଙ୍କ ନିକଟସ୍ଥ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣି ପ୍ରବୀଣ ବୁକ୍ କରିଥିବା ହୋଟେଲ ରୁମକୁ ଯାଇ ନିଜ ଦେହରେ ପୋଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ନିଆଁ ଜଳିବାର ଦେଖି ପ୍ରବୀଣ ତୁରନ୍ତ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ଝିଆରୀଙ୍କୁ ବାଥରୁମକୁ ନେଇ ଶାୱର ଖୋଲି ଦେଇଥିଲେ। ହେଲେ ସେତେବେଳେକୁ ଝିଆରୀରର ଅଧିକାଂଶ ଶରୀର ପୋଡ଼ି ସାରିଥିଲା। ଏହାପରେ ତାଙ୍କୁ ଭିକ୍ଟୋରିଆ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ରାତି ୧୦ଟା ବେଳେ ସଫ୍ଟୱୟାର ଇଞ୍ଜିନିୟର ମହିଳାଙ୍କର ମୃତ୍ୟୁ ହୋଇଛି।
ଘଟଣାରେ ହାଲ୍ ପୁଲିସ ପ୍ରବୀଣ ସିଂହକୁ ଗିରଫ କରି ତା ବିରୋଧରେ ଆତ୍ମହତ୍ୟା ପାଇଁ ଉସକ୍ବାଇ ଅଭିଯୋଗରେ ଦଫା ଲଗାଇ ତଦନ୍ତ ଜାରି ରଖିଛି। ପୁଲିସର କହିବା ଅନୁସାରେ, ପ୍ରବୀଣ ଫଟୋ ଓ ଭିଡିଓ ଲିକ୍ କରିଦେବା ଭୟ ଦେଖାଇ ଝିଆରୀ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା। ବ୍ଲାକ୍ମେଲ ଚାପ ସହି ନପାରି ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ହ୍ୱାଇଟଫିଲ୍ଡ ଡିଭିଜନ ଡିସିପି ଶିବକୁମାର କହିଛନ୍ତି।
ଡିସିପି ଆହୁରି କହିଛନ୍ତି ଯେ ପ୍ରବୀଣ ଓ ମହିଳା ଜଣଙ୍କ ଗତ ୬ ବର୍ଷ ହେଲା ସମ୍ପର୍କରେ ଥିଲେ। ଆରମ୍ଭରେ ପରସ୍ପର ମଧ୍ୟରେ ଏକ ଆନ୍ତରିକ ସମ୍ପର୍କ ରହିଥିଲା। ତେବେ ନିକଟରେ ହୋଇଥିବା ବ୍ଲାକ୍ମେଲ ପାଇଁ ମହିଳା ଏତେବଡ଼ ନିଷ୍ପତ୍ତି ନେଇଛନ୍ତି ବୋଲି ଡିସିପି କହିଛନ୍ତି।
ନିକଟରେ ବେଙ୍ଗାଲୁରୁରେ ସଫ୍ଟୱୟାର ଇଞ୍ଜିନିୟର ଅତୁଲ ଶୁଭାସଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲା। ପତ୍ନୀ ଓ ଦେଶର ନ୍ୟାୟ ବ୍ୟବସ୍ଥା ଦ୍ୱାରା ନିର୍ଯାତିତ ହୋଇ ଅତୁଲ ଆତ୍ମହତ୍ୟା କରିଥିଲେ। ହେଲେ ତା ପୂର୍ବରୁ ଭିଡିଓ ରେକର୍ଡିଂ କରିବା ସହିତ ୨୭ ପୃଷ୍ଠାର ନୋଟ୍ରେ ସେ ତାଙ୍କ ନିର୍ଯାତନାର କାହାଣୀ କହି ଯାଇଥିଲେ। ଘଟଣା ପରେ ପୁଲିସ ତାଙ୍କ ପତ୍ନୀ, ଶାଶୂ ଓ ଶଳାଙ୍କୁ ଗିରଫ ତ କରିଥିଲା। ହେଲେ ସେମାନଙ୍କୁ ଜାମିନ୍ ମିଳି ଯାଇଛି। ମାମଲା ବିଚାରାଧୀନ ରହିଛି।