ମହିଳା ଆରଆଇଙ୍କୁ ତହସିଲଦାରଙ୍କ ଅସଦାଚରଣ ଅଭିଯୋଗ, ରୁଜୁ ହେଲା ମାମଲା

Published By : Prameya-News7 Bureau | May 26, 2025 IST

ପିପିଲି: ମହିଳା ଆରଆଇଙ୍କୁ ତହସିଲଦାରଙ୍କ ଅସଦାଚରଣ ଅଭିଯୋଗ। ଥାନାରେ ଏତଲା ଦେଲେ ଆରଆଇ। ଘଟଣା ଘଟିଛି ପିପିଲିରେ। ପିପିଲିର ଅତିରିକ୍ତ ତହସିଲଦାର ତେଇଶିପୁର ମହିଳା ଆରଆଇଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। 

ଥାନାରେ ମହିଳା ଆରଆଇ ଦେଇଥିବା ଅଭିଯୋଗ ଅନୁସାରେ, ଗତ ୨୪ ତାରିଖ ପିପିଲି ତହସିଲ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେବାକୁ ଯାଇଥିଲେ ଆରଆଇ। ହେଲେ ବୈଠକ ଶେଷ ହେବାବେଳକୁ ପ୍ରବଳ ବର୍ଷା ହେଉଥିବା ଦେଖି ସେ ବାଧ୍ୟ ହୋଇ କାର୍ଯ୍ୟାଳୟରେ ଅଟକି ରହିଥିଲେ।

ଏହି ସମୟରେ ପିପିଲିର ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି ତାଙ୍କ ପାଖକୁ ଆସି ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଓ କିଛି  ସମୟ ପରେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ଆରଆଇ। ସେ ଆହୁରି କହିଛନ୍ତି ସେଠାରୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ଅତିରିକ୍ତ ତହସିଲଦାର ତାଙ୍କ ହାତକୁ ଟାଣି ଧରି ଖରାପ ବ୍ୟବହାର କରିଥିଲେ। ତେବେ ଏନେଇ ଆରଆଇ ପିପିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.