ସମ୍ବଲପୁରରେ ନାବାଳକଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ

NEWS7
woman-mruta-in-electric-shock-during-charging-iphone-lied-in-bathtob

ସମ୍ବଲପୁର ୧୧।୦୧ : ନାବାଳକଙ୍କୁ ଗୁଳିମାଡ଼ । ସମ୍ବଲପୁର ସଦର ଥାନା ମିର୍ଗାମୁଣ୍ଡା ଗାଁରେ ଜଣେ ନାବାଳକଙ୍କୁ ଗୁଳିମାଡ଼ ହୋଇଛି । ଯେଉଁଥିରେ ନାବାଳକ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ନାବାଳକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରବିବାର ଦିନ ସଦର ଥାନା ମିର୍ଗାମୁଣ୍ଡା ଗାଁରେ ଏୟାର ଗନ୍ରେ ଘଟିଛି ଅଭାବନୀୟ ଘଟଣା । ଉକ୍ତ ବନ୍ଧୁକରୁ ଫୁଟିଥିବା ଗୁଳିରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ନାବାଳକଙ୍କ ଛାତି ତଳେ ଗୁଳି ବାଜିଥିବାରୁ ସେ ଗୁରୁତର ଥିବା ଜଣାପଡିଛି । ତେବେ ଗୁଳିମାଡ଼ ପରେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଗୁଳିମାଡ଼ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି ।