ଗୋ ମାଫିଆଙ୍କ ଉପରେ ଆଉ ଏକ ଆକ୍ସନ, ବ୍ୟାଙ୍କ ଆକାଉଣ୍ଟ ଓ ଲକର ହେଲା ଫ୍ରିଜ

NEWS7
woman-jumps-into-mahanadi-from-chaunurpur-second-bridge

କେନ୍ଦୁଝର: ଆରମ୍ଭ ହେଲା କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକର ଯାଞ୍ଚ ଓ ଫ୍ରିଜ | ଆଜି ପ୍ରଥମେ ଦିନରେ ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁସାରେ କେନ୍ଦୁଝରର ଟାଉନ, ତେଲକୋଇ ଓ ଘଟଗାଁ ଥାନା ଅଞ୍ଚଳର ବିଭିନ୍ନ ବ୍ୟାଙ୍କରେ ଗୋ ମାଫିଆଙ୍କ ସମୁଦାୟ ୧୫ ଟି ବ୍ୟାଙ୍କ ଏକାଉଣ୍ଟକୁ ଫ୍ରିଜ କରିଛି କେନ୍ଦୁଝର ପୋଲିସ । 

ୟୁନିୟନ ବ୍ୟାଙ୍କର ମୁଖ୍ୟ ଶାଖାରେ ପୋଲିସ ଯାଞ୍ଚ କରି ତୁରୁମୁଙ୍ଗାର ଆରୁଣୁ କୁମାର ସାହୁ ଓରଫ ମଣ୍ଟୁର ଥିବା ଏକ ଆକାଉଣ୍ଟରେ ଥିବା ୬୬ ହଜାର ଟଙ୍କାକୁ ପୋଲିସ୍ ଫ୍ରିଜ କରିଛି । ଏହା ସହ ତେଲକୋଇ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁର ପ୍ରଦ୍ୟୁମ୍ନ ମିଶ୍ର ଓ ତାଙ୍କ ସାନ ଭାଇ ପ୍ରତାପ ମିଶ୍ର ଓ ପ୍ରଦ୍ୟୁମ୍ନଙ୍କ ପୁଅ ରାକେଶ ମିଶ୍ରଙ୍କ ଷ୍ଟେଟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କର ସମୁଦାୟ ଛଅ ଏକାଉଣ୍ଟକୁ ଫ୍ରିଜ କରିଛି ପୋଲିସ । ସେହିପରି ଘଟଗାଁ ଏସବିଆଇରୁ ୧ଟି, ଢେଙ୍କିକୋଟ ୟୁନିୟନ ବ୍ୟାଙ୍କରୁ ୪ଟି ଓ ଢେଙ୍କିକୋଟ ବିଓଆଇ ବ୍ୟାଙ୍କରୁ ୩ଟି ଆକାଉଣ୍ଟ୍ ମିଶି ମୋଟ୍ ୮ଟି ଆକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ୍ ।