ଗାଁରେ ମଦ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା, ମଦ ବୋତଲ ଆଣି ରାସ୍ତାରେ ଫଟେଇଲେ

Published By : Prameya-News7 Bureau | July 15, 2025 IST

ଉମରକୋଟ ୧୫।୭: ଗାଁରେ ମଦ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମର ଶତାଧିକ ମହିଳା । ମଦ ବିକ୍ରି କରୁଥିବା ଘରେ ପଶିଲେ ଏବଂ ଦୋକାନରେ ପଶି ମଦ ବୋତଲ ଆଣି ରାସ୍ତାରେ ଫଟେଇଲେ ମହିଳା ମାନେ । ଅଞ୍ଚକକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା ମାନେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେନୋରା ପଂଚାୟତ କଲିବେଢା ଗ୍ରାମରେ । 

କଲିବେଢା ଗ୍ରାମରେ ମଙ୍ଗଳବାର ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ଏଠାରେ ଥିବା କିଛି ଦୋକାନୀ ବିଗତ ୪ରୁ ୫ ବର୍ଷ ହେଲା ପାନ ଦୋକାନ ମାନଙ୍କ ଏବଂ କିଛି ଘରେ ଘରେ ମଦ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । ଗ୍ରାମର ପୁରୁଷ ମାନେ ଘରୁ ଟଙ୍କା ଆଣି ଏହି ଦୋକାନ ଗୁଡିକରୁ ମଦ କିଣି ମଦ ପିଇ ହାଟପଦାରେରେ ଥିବା ପିଣ୍ଢିରେ ଏଣେତେଣେ ମଦ ବୋତଲ ଫିଙ୍ଗିବା ସହ ଘରେ ସ୍ତ୍ରୀ, ପିଲା ଛୁଆ, ମା ବାପାଙ୍କ ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ମହିଳା ମାନେ । ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଥିବା ବେଳେ ଅନେକ ସମୟରେ ଗାଁରେ ମଦ ପିଇ ମାଡ଼ଗୋଳ ହେଉଥିବା ସହ ବିଭିନ୍ନ ସମୟରେ ଦୁର୍ଘଟଣାର ମଧ୍ୟ ଶିକାର ହେଉଥିବା ଯୋଗୁ ଗାଁରେ କେମିତି ମଦ ବନ୍ଦ ହେବ ସେନେଇ ଆଲୋଚନା କରି ଗ୍ରାମର ଶତାଧିକ ମହିଳା ଗାଁ ହାଟପଦା ପାଖରେ ଥିବା ଦୋକାନ ଓ ଘରେ ପଶି ମଦ ବୋତଲ ଆଣି ରାସ୍ତା ଉପରେ ଫଟେଇଥିଲେ ଏବଂ ଗାଁରେ ଆଗାମୀ ଦିନରେ ମଦ ବ୍ୟବସାୟ ବନ୍ଦ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.